ମହିଳା ହତ୍ୟାକାରୀ ହେଲେ ପାଇବେ ଆଜୀବନ କାରାଦଣ୍ଡ..

Dec 1, 2025 - 11:04
 3
ମହିଳା ହତ୍ୟାକାରୀ ହେଲେ ପାଇବେ ଆଜୀବନ କାରାଦଣ୍ଡ..

ଇଟାଲୀରେ ଆଇନ ପରିବର୍ତ୍ତନ । ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ । ନଭେମ୍ବର ୨୫ତାରିଖରେ ଇଟାଲୀୟ ସଂସଦ ଏନେଇ ଏକ ଆଇନ ପାସ୍ କରିଥିଲା । ଯାହାକୁ ସରକାର ଏବଂ ବିରୋଧୀ ଉଭୟ ସମର୍ଥନ କରିଥିଲେ। ଏହି ନୂତନ ଆଇନ ଅନୁଯାୟୀ, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ । ଦୁଇ ବର୍ଷ ପୂର୍ବେ ୨୨ବର୍ଷୀୟ ଇଟାଲୀୟ ଛାତ୍ରୀ ଜୁଲିଆ ଚେକେଟିନଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତାଙ୍କ ସହିତ ସମ୍ପର୍କ ରଖୁବାକୁ ମନା କରିଦେବାରୁ ହତ୍ୟା କରିଥିଲେ ।

ଏହାପରେ ନାରୀ ହତ୍ୟାକୁ ଆଇନଗତ ସ୍ବୀକୃତି ପାଇଁ ଦାବି ହୋଇଥିଲା । ନାରୀ ହତ୍ୟା ଏକ ଅପରାଧ ଯେଉଁଥ୍ରେ ଜଣେ ମହିଳା କିମ୍ବା ଝିଅଙ୍କୁ ଜଣେ ମହିଳା

ହୋଇଥିବାରୁ ‌‌ ହତ୍ୟା କରାଯାଏ । ସମାଜରେ ଲିଙ୍ଗଗତ

ଭେଦଭାବ, ହିଂସା କିମ୍ବା କ୍ଷମତାର ଅପବ୍ୟବହାର ଯୋଗୁଁ

ତାଙ୍କୁ ଦୁର୍ବଳ ବୋଲି ବିବେଚନା କରାଯାଏ । ଏହା ଏକ

ବିଶ୍ବସ୍ତରୀୟ ସ୍ବୀକୃତିପ୍ରାପ୍ତ ଶବ୍ଦ ଯାହା ବିଶେଷ ଭାବରେ

ମହିଳାଙ୍କ ବିରୁଦ୍ଧରେ ହିଂସାକୁ ଚିହ୍ନଟ ଏବଂ ରୋକିବା

ପାଇଁ ବ୍ୟବହୃତ ହୁଏ । ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ

ମେଲୋନି କହିଛନ୍ତି ଯେ, ସେ ଏପରି ଏକ ଦେଶ ସୃଷ୍ଟି

କରିବାକୁ ଚାହାଁନ୍ତି ଯେଉଁଠାରେ କୌଣସି ମହିଳା

ଅସୁରକ୍ଷିତ କିମ୍ବା ଏକା ଅନୁଭବ କରନ୍ତୁ ନାହିଁ । ଇଟାଲୀ,

ମେକ୍ସିକୋ ଏବଂ ଚିଲି ସହିତ, ଏବେ କିଛି ଦେଶ

ଗୋଷ୍ଠୀରେ ସାମିଲ ହୋଇଛି ଯେଉଁଠାରେ ନାରୀ

ହତ୍ୟାକୁ ଅପରାଧ ବୋଲି ବିବେଚନା କରାଯାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ କେବଳ ଆଇନ ପ୍ରଣୟନ

କରିବା ଯଥେଷ୍ଟ ହେବ ନାହିଁ । ପୋଲିସ, କୋର୍ଟ ଏବଂ

ସମାଜର ମାନସିକତାରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ ।