ଧାନକଳରେ ଅଘଟଣ ଘଟି ମହିଳାଙ୍କ ମୃତ୍ୟୁ

ଖଡ଼ିଆଳ: ଧାନକଳରେ ଅସାବଧାନତା ହେତୁ ଚାଲିଗଲା ମହିଳାଙ୍କ ଜୀବନ । ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ ଅଲଗା ହୋଇ ଯାଇଥିଲା।ମୃତ ମହିଳା ହେଲେ ହୀରାପୁର ଗାଁର ତୁଲସେ ବନ୍ଦୀଛୋର। ଚାଉଳ ପ୍ରସ୍ତୁତି ପାଇଁ ସେ ଧାନକଳକୁ ଧାନ ଆଣିଥିଲେ। ହଠାତ ମହିଳାଙ୍କ ଶାଢ଼ୀ ଧାନକଳରେ ଲାଗି ଯିବାରୁ ଘଟଣାସ୍ଥଳରେ ତୁଲସେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Feb 25, 2024 - 17:25
 10
ଧାନକଳରେ ଅଘଟଣ ଘଟି ମହିଳାଙ୍କ ମୃତ୍ୟୁ