ନୂଆପଡାରେ ଭୋଟ ଅନୁଷ୍ଠିତ ହେବା ପୂର୍ବରୁ ବିଜେଡି ର ଅଭିଯୋଗ...
ନୂଆପଡାରେ ଭୋଟ ଅନୁଷ୍ଠିତ ହେବା ପୂର୍ବରୁ ବିଜେଡି ର ଅଭିଯୋଗ...
। ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ସରିଛି । କିନ୍ତୁ ଏହାରି ଭିତରେ ନିର୍ବାଚନ ଅଧଇକାରୀଙ୍କ ନିକଟକୁ ଅଭିଯୋଗ ଆଣିଛି ବିରୋଧୂ ବିଜୁ ଜନତା ଦଳ । ସମ୍ବେଦନଶୀଳ ବୁଥ୍ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କରିବା ସହ ଜିଲାପାଳ ଓ ଆରକ୍ଷୀଙ୍କ ବହିଷ୍କାର ଦାବି କରିଛି ଦଳ ।
ନୂଆପଡ଼ାର ୩୨ଟି ଅତି ସମ୍ବେଦନଶୀଳ ବୁଥ୍ରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ହିଂସାକାଣ୍ଡ ହେବା ଆଶଙ୍କାରେ ସୁରକ୍ଷା ଯାଞ୍ଚ ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧୂକାରୀଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି । ବିଜେଡି ପକ୍ଷରୁ ରାଜ୍ୟସଭା ସାସଂଦ ସୁଲତା ଦେଓ ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଡ଼. ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ମିହିର ରାୟ, ନାରାୟଣ ଜେନା, ଇଲ୍ଲା ସ୍ବାଇଁ, ଅଂଶୁ ତ୍ରିପାଠୀ, ସୋଫିଆ ଆଲମ୍, ଜ୍ୟୋତ୍ସ୍ନା ପରିଡ଼ା, ରିତାଞ୍ଜଳି ପ୍ରଧାନ ଓ ମୀନତି ବେହେରା ମୁଖ୍ୟ ନିର୍ବାଚନ ଅଧୂକାରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ।
ଦାଖଲ ସ୍ମାକରପତ୍ରରେ କୁହାଯାଇଛି ଯେ ନୂଆପଡ଼ାରେ ୧୭ଟି ବୁଥ୍ ଏବଂ କୋମନା ବ୍ଲକ୍ରେ ୧୫ଟି ବୁଥ୍ ଅତି ସମ୍ବେଦନଶୀଳ । ନୂଆପଡ଼ା ନିର୍ବାଚନମଣ୍ଡଳୀର ଲୋକମାନେ ସରଳ ଓ ଶାନ୍ତି ପ୍ରିୟ ହୋଇଥିବା ବେଳେ, ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଳକିଆ ଏବଂ ଅନ୍ୟ ବିଜେପି ନେତାଙ୍କ ନିର୍ଦେଶରେ ଏବେ ଠାରୁ ହିଂସାକାଣ୍ଡର ପଦଚିହ୍ନ ଦେଖୁବାକୁ ମିଳିଲାଣି – ବୋଲି ବିଜେଡି ଗୁରୁତର ଅଭିଯୋଗ ଆଣିଛି । ସାଇଲେଣ୍ଟ ପିରିୟଡରେ ମଧ୍ଯ ଶାସକ ବିଜେପି ଅନୈତିକ ଏବଂ ବେଆଇନ୍ ଭାବେ ପ୍ରଚାର କାମ ଜାରି ରଖୁଥିବା ଅଭିଯୋଗ କରିଛି ଦଳ । ୩୨ଟି ଅତି ସମ୍ବେଦନଶୀଳ ବୁଥ୍ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ ବୋଲି ସିଇଓଙ୍କୁ ବିଜେଡି ନିବେଦନ କରିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତ୍ୟେକ ସମ୍ବେଦନଶୀଳ ବୁଥ୍ରେ ପୁଲିସ୍ ଓ କେନ୍ଦ୍ରୀୟ
ଫୋର୍ସ ନିୟୋଜନ ସୁନିଶ୍ଚିତ କଲେ ଆସନ୍ତା କାଲି ନୂଆପଡ଼ାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ହୋଇପାରିବ ବୋଲି ବିଜେଡି କହିଛି । ନୂଆପଡ଼ାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୂକ୍ଷକଙ୍କ ବିରୋଧଷର ଅଭିଯୋଗ କରି କହିଛନ୍ଦି ଯେ ଶାସକ ବିଜେପି କଥାରେ ପରିଚାଳିତ ହୋଇ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଉଛନ୍ତି ଜିଲ୍ଲାପାଳ ଓ ଆରକ୍ଷୀ ଅଧୂକ୍ଷକ । ସେମାନେ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି । ତେଣୁ ସେମାନଙ୍କୁ ତତ୍କ୍ଷଣାତ ନିର୍ବାଚନ ଦାୟିତ୍ୱରୁ ଅପସାରଣ କରାଯାଉ ।