ପରମପିତା ପରମାତ୍ମା ଶିବବାବାଙ୍କ ଅମୂଲ୍ୟ ସ୍ମୃତି-ସନ୍ଦେଶ...

Sep 8, 2026 - 08:31
 6
ପରମପିତା ପରମାତ୍ମା ଶିବବାବାଙ୍କ ଅମୂଲ୍ୟ ସ୍ମୃତି-ସନ୍ଦେଶ...

ପବିତ୍ରତାର ସୂର୍ଯ୍ୟ ସ୍ୱରୂପ ଶିବବାବା, ନିଜ ପବିତ୍ରତାର ଅଭେଦ୍ୟ ଶକ୍ତିଶାଳୀ କବଚ ଦ୍ୱାରା ସ୍ବୟଂକୁ ଏବଂ ସମସ୍ତ ବିଶ୍ୱକୁ ସୁରକ୍ଷା ପ୍ରଦାନ କରୁଥିବା ଶିବଶକ୍ତି ସେନାକୁ କହୁଛନ୍ତି— *“ଯଦି ତୁମେ ନିଜ ପବିତ୍ରତାର ରକ୍ଷା କରିବ, ତେବେ ପବିତ୍ରତା ନିଶ୍ଚିତ ଭାବରେ ତୁମର ସୁରକ୍ଷା କରିବ।”*

ଆପଣମାନେ ଦେଖିଥିବେ କିମ୍ବା ଶୁଣିଥିବେ ଯେ— ବନ୍ୟା କିମ୍ବା ଭୂମିକମ୍ପ ଭଳି ବିପତ୍ତିରେ ସମଗ୍ର ଗ୍ରାମ ଧ୍ୱଂସବିଧ୍ୱସ୍ତ ହୋଇଯାଏ, କିନ୍ତୁ ସେହି ଗ୍ରାମ ମଧ୍ୟରେ ଥିବା ମନ୍ଦିରଟି ଅକ୍ଷତ ରହେ । ଏହାର ଗୂଢ଼ ଆଧ୍ୟାତ୍ମିକ ଅର୍ଥ ହେଉଛି— ପବିତ୍ରତାର ପ୍ରକମ୍ପନ ଏକ ଶକ୍ତିଶାଳୀ ସୁରକ୍ଷା କବଚ ଭଳି କାର୍ଯ୍ୟ କରେ।