ପଶ୍ଚିମବଙ୍ଗର ରାଜ୍ୟ ରାଜ୍ୟଧିକାରୀ ଚୟନ...
କୋଲକାତାର କନଭେନସନ ସେଣ୍ଟରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶ୍ରୀ ଶୁଭେନ୍ଦୁ ଅଧିକାରୀ ସର୍ବସମ୍ମତି କ୍ରମେ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହ ଘୋଷଣା କରିଛନ୍ତି।
ଶ୍ରୀ ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଆସନ ଭବାନୀପୁରରୁ ପରାସ୍ତ କରିବା ସହ ନନ୍ଦିଗ୍ରାମ ଆସନରୁ ମଧ୍ୟ ବିଜୟ ଲାଭ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ତଥା ଆମ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟାନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।