ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀସ୍ଥ କୁଜଙ୍ଗରେ ବେଆଇନ ମାଟି ଉଠାଣ ଙ୍କୁ ନେଇ ଓଡିଶା କଂଗ୍ରସ ର ସାମ୍ବାଦିକ ସମ୍ମିଳନୀ...
ଇଡକୋ ଅଧିଗୃହୀତ ଜମିରୁ ବେଆଇନ ମାଟି ଉଠାଣ ସ୍ଥଳ ରେ ଜିଲ୍ଲାପାଳ ଓ ଏସପି ଙ୍କ ଅଚାନକ ଚଢାଉ , ୧୧ ହାଇୱା , ୫ ପ୍ରୋକଲିନ ଜବତ , ୪ ଜଣ ଅଟକ , ମାଷ୍ଟର ମାଇଣ୍ଡ ଫେରାର |
ବେଆଇନ ମାଟି ଉଠାଣ ସ୍ଥଳରେ ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି ପହଞ୍ଚି ଅଚାନକ ଚଢ଼ାଉ କରି ମାଟି ଉଠାଣ କୁ ବନ୍ଦ କରିଦେବା ସହ ଏହି ବେଆଇନ ମାଟି ଉଠାଣ ରେ ବ୍ୟବହୃତ ୧୧ ହାଇୱା , ୫ ଟା ପ୍ରୋକଲିନ ଜବତ କରିବା ସହ ୪ ଜଣ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି ।
ପ୍ରକାଶ ଯେ ନାଫତା ପ୍ରକଳ୍ପ ନିମନ୍ତେ କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଓ ପ୍ରତାପାପୁର ମୌ କଜାର ୭୮୦ ଏକର ଜମି ଇଡକୋ ଦ୍ବାରା ଅଧିଗୃହୀତ ହୋଇଥିଲା ।
ସେହି ଜମିରୁ ଶାସକ ଦଳ ନେତାଙ୍କ ବାହୁଛାୟା ତଳେ ରହି କେତେକ ମାଟି ମାଫିଆ ଅସାଧୁ ସିଣ୍ଡିକେଟ ଗଢି ଗତ ଫେବୃଆରୀ ମାସରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ମାଟି ତାଡି କଟକ ପାରାଦୀପ ରେଳ ପଥ ସମ୍ପ୍ରସାରଣ କାର୍ଯ୍ୟ କୁ ଯୋଗାଉଥିଲେ ।
ଏନେଇ ଗଣ ମାଧ୍ୟମ ରେ ବହୁବାର ଖବର ପ୍ରସାରଣ ହେବାରୁ ସ୍ଥାନୀୟ ପ୍ରଶାସନ ନା କୁ ମାତ୍ର ଚଢାଉ କରି ଚୁପ ବସିପଡୁଥିଲା । ପୂର୍ବରୁ କୁଜଙ୍ଗ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ୧୭ ଟା ହାଇୱା ଜବତ କରିଥିଲେ ବି କାର୍ଯ୍ୟାନୁଷ୍ଠାନ କଣ ନେଲେ ତାହା ଜଣାପଡ଼ିଲା ନାହିଁ ।
ଯାହାଫଳରେ ମାଟି ମାଫିଆ ଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଲା । ସେମାନଙ୍କ ଦୌରାତ୍ମ୍ୟା ରେ ସାଧାରଣ ଲୋକ ଅତିଷ୍ଠ ହୋଇ ପଡ଼ିଥିଲେ ।
ଅନ୍ୟପଟେ ରେଳ ପଥ ସମ୍ପ୍ରସାରଣ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଠିକା ସଂସ୍ଥା କୁ ମାଟି ଯୋଗାଇବା ପାଇଁ ଜନୈକ ରାଜନେତାଙ୍କ ଭିଣୋଇ ଉକ୍ତ ଠିକା ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇଥିଲା ।
ତାଙ୍କରି ନିର୍ଦ୍ଦେଶ ରେ ମାଟି ମାଫିଆ ମାନେ ଲକ୍ଷ ଲକ୍ଷ କ୍ୟୁବିକ ମିଟର ର ମାଟି ଯୋଗାଇ କୋଟି କୋଟି ଟଙ୍କା ମୁନାଫା ଉଠାଇଥିଲେ ।
ଉକ୍ତ ବେଆଇନ କାର୍ଯ୍ୟକୁ ସ୍ଥାନୀୟ ରାଜସ୍ବ ପ୍ରଶାସନ ବନ୍ଦ କରିବାକୁ ସକ୍ଷମ ନହେବାରୁ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ଅଙ୍କିତ ବର୍ମା କୁଜଙ୍ଗ ତହସିଲଦାର ଓ ପୋଲିସ କୁ ନଜଣାଇ ଗୁରୁବାର ବିଳମ୍ବିତ ରାତିରେ ତିର୍ତ୍ତୋଲ , ଏରସମା , ଅଭୟଚାନ୍ଦପୁର ଓ ପାରାଦୀପ ଲକ୍ ଥାନା ପୋଲିସ ଙ୍କୁ ଏକ ହାଇୱା ରେ ନେଇ ଘଟଣାସ୍ଥଳ ରେ ପହଞ୍ଚି ଚଢାଉ କରିଥିଲେ ।
ଯାହାଫଳରେ ଘଟଣା ସ୍ଥଳ ରୁ ୧୧ ଟି ହାଇୱା , ୫ ଟା ପ୍ରୋକଲିନ ଜବତ କରିବା ସହ ୪ ଜଣ ଅପରେଟର ଙ୍କୁ ଅଟକ ରଖିଛନ୍ତି ।
ହାଇୱା ସବୁକୁ ବ୍ଲକ ପଡିଆରେ ରଖାଯାଇଥିବା ବେଳେ ପ୍ରୋକଲିନ ସବୁକୁ ବି ବି ହାଇ ସ୍କୁଲ ପଡିଆରେ ରଖାଯାଇଛି ।
ମାଷ୍ଟର ମାଇଣ୍ଡ ଙ୍କୁ ଧରିବା ପାଇଁ କୁଜଙ୍ଗ ପୋଲିସ ତନା ଘନା ଚଲେଇ ଥିଲେ ମଧ୍ୟ ସେମାନେ ଫେରାର ଥିବାରୁ ଧରା ପଡ଼ି ନାହାନ୍ତି ।
ଯାହାଫଳରେ ସିଣ୍ଡିକେଟ ଚଳାଉଥିବା ତିନି ମାଷ୍ଟର ମାଇଣ୍ଡ ଙ୍କ ନାମରେ ପ୍ରଶାସନ ତରଫରୁ ଗିରଫ ପରୱାନା ଜାରି କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳ ରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ଏସଂପର୍କରେ କୁଜଙ୍ଗ ର ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଙ୍କ ଲିଖିତ ଅଭିଯୋଗ ଆଧାରରେ ମୋକଦ୍ଦମା କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ କହିଛନ୍ତି ।
ମାତ୍ର କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ଙ୍କ ମତାମତ ପାଇଁ ତାଙ୍କ ମୋବାଇଲ କୁ ଟେଲିଫୋନ କରିଥିଲେ ବି ସେ ଉଠାଇ ନଥିଲେ ।
କିନ୍ତୁ ଏସପି ଅଙ୍କିତ ବର୍ମା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ଯେଉଁ ଅପରେଟର୍ ଧରା ହୋଇଛନ୍ତି ଉକ୍ତ ମାଟି ଚୋରି ର ମାଷ୍ଟର ମାଇଣ୍ଡ କିଏ ସେମାନଙ୍କ ଠାରୁ ଜଣାପଡ଼ିଲା ପରେ ସେହି ମମନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।