ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଜାରୀ ନିର୍ଦେଶନାମା / ବିଜ୍ଞପ୍ତି...

Sep 23, 2026 - 18:55
 11
ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଜାରୀ ନିର୍ଦେଶନାମା / ବିଜ୍ଞପ୍ତି...

୧. ଭାରତ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ସମ୍ବିଧାନର ଧାରା ୩୨୪, ଆଇନଗତ ନିୟମାବଳୀ ଓ ପ୍ରତିଷ୍ଠିତ ସଂସ୍ଥାଗତ ପରମ୍ପରା ଅନୁଯାୟୀ କାର୍ଯ୍ୟ କରିଥାଏ। ଆୟୋଗ ଏକ ବହୁ-ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା ଭାବେ କାର୍ଯ୍ୟ କରେ। ଲିଖିତ ନୋଟ୍‌, ମତାମତ, ବୈଷୟିକ ପରାମର୍ଶ ଏବଂ ଆଭ୍ୟନ୍ତରୀଣ ଯାଞ୍ଚ ଓ ସନ୍ତୁଳନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଚ୍ଛତା, ଆଇନଗତ ଅନୁପାଳନ ଓ କାର୍ଯ୍ୟକ୍ଷେତ୍ରରେ କଠୋରତା ସୁନିଶ୍ଚିତ କରିବା ପାଇଁ ଚାଲୁଥିବା ନିୟମିତ ପ୍ରକ୍ରିୟାର ଅଂଶ। ଆୟୋଗର ସମସ୍ତ କାର୍ଯ୍ୟ ଆଇନ ଓ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ କରାଯାଇଛି।

୨. ଆୟୋଗ ଦ୍ୱାରା ଜାରି କରାଯାଉଥିବା ସମସ୍ତ ସରକାରୀ ଆଦେଶ, ନିଷ୍ପତ୍ତି ଓ ପ୍ରଶାସନିକ ନିର୍ଦ୍ଦେଶର ପୂର୍ଣ୍ଣ ଆଇନଗତ ମାନ୍ୟତା ରହିଛି ଏବଂ ସେଗୁଡ଼ିକ Chief Election Commissioner and Other Election Commissioners (Appointment, Conditions of Service and Term of Office) Act, 2023 ଅନୁଯାୟୀ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଜାରି କରାଯାଏ।

୩. ଖସଡ଼ା ପ୍ରସ୍ତୁତି ପର୍ଯ୍ୟାୟରେ ଆୟୋଗର ସଦସ୍ୟମାନଙ୍କ ଦ୍ୱାରା ଉଠାଯାଉଥିବା କୌଣସି କାର୍ଯ୍ୟକାରୀ ପ୍ରଶ୍ନ କିମ୍ବା ପରାମର୍ଶ ସାଧାରଣ ପ୍ରଶାସନିକ ପ୍ରକ୍ରିୟାର ଅଂଶ। ଏହାର ଉଦ୍ଦେଶ୍ୟ ମତଦାତାଙ୍କ ଅଧିକାରର ସୁରକ୍ଷା କରିବା। ଆୟୁକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ପାଇଁ ଥିଲା।

୪. ମତଭେଦ ଓ ବିଭିନ୍ନ ମତାମତ ଯେକୌଣସି ସଂସ୍ଥାରେ ବିଚାର-ବିମର୍ଶର ଏକ ସାଧାରଣ ଅଂଶ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଏଗୁଡ଼ିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଅଂଶ ହୋଇଥାଏ। କେବଳ ତିନିଜଣ ନିର୍ବାଚନଆୟୁକ୍ତ ନୁହନ୍ତି, ଆୟୋଗର ପ୍ରତ୍ୟେକ ଅଧିକାରୀଙ୍କୁ ନିର୍ବାଚନ ବ୍ୟବସ୍ଥାର ଉନ୍ନତି ପାଇଁ ନିଜର ପରାମର୍ଶ ଦେବାର ପୂର୍ଣ୍ଣ ଅଧିକାର ରହିଛି।

୫. ୧୦ ମାସର ଅବଧି ମଧ୍ୟରେ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ଆଭ୍ୟନ୍ତରୀଣ ମତାମତକୁ ଗୁରୁତ୍ୱ ଦେଇ, ଏହି ସମୟ ମଧ୍ୟରେ ଆୟୋଗ ଦ୍ୱାରା ନିଆଯାଇଥିବା ବହୁ ସଂଖ୍ୟକ ଅନୁମୋଦନ, ନିଷ୍ପତ୍ତି, ନିର୍ଦ୍ଦେଶ ଓ ପଦକ୍ଷେପକୁ ଅଣଦେଖା କରିବା ଦ୍ୱାରା ଘଟଣାର କେବଳ ଗୋଟିଏ ପକ୍ଷ ହିଁ ପ୍ରକାଶ ପାଏ । ସମ୍ପ୍ରତି ମାସଗୁଡ଼ିକରେ ଆୟୋଗ ଅନେକ ନିଷ୍ପତ୍ତି ନେଇଛନ୍ତି , ବିଭିନ୍ନ ନିର୍ଦ୍ଦେଶ ଜାରି କରିଛି, ପ୍ରାୟ ୪୦ଟି ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି ଏବଂ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ, ଯେଉଁଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ମଧ୍ୟ ସାମିଲ ଅଛି ,ତା ସହିତ ଅନେକ ନିର୍ବାଚନୀ ସଂସ୍କାର କରିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଏହି ସମସ୍ତ ନିଷ୍ପତ୍ତି ସମ୍ପୂର୍ଣ୍ଣ ଆୟୋଗର ସର୍ବସମ୍ମତିକ୍ରମେ ନିଆଯାଇଛି।

୬. ଆୟୋଗ ନିକଟରେ ବିହାର, କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରମୁଖ ନିର୍ବାଚନ ସଫଳତାର ସହ ଆୟୋଜନ କରିଛନ୍ତି । ଏହି ଅବଧିରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଛି। ଏଥିରେ ବ୍ୟାପକ ପ୍ରଶାସନିକ ଓ କାର୍ଯ୍ୟକାରୀ ବ୍ୟବସ୍ଥା ସହ ଆୟୋଗର ଅନେକ ଅନୁମୋଦନ ଓ ନିର୍ଦ୍ଦେଶ ସାମିଲ ଥିଲା।

୭. ECINet ପରି ଆୟୋଗର ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନଧିକୃତ ହସ୍ତକ୍ଷେପ, ତଥ୍ୟରେ ଅନଧିକୃତ ପରିବର୍ତ୍ତନ ଓ ବିକୃତିକରଣ ଆଦିକୁ ରୋକିବା ପାଇଁ କଠୋର ଡାଟା ସୁରକ୍ଷା ପ୍ରୋଟୋକଲ ଅଧୀନରେ କାର୍ଯ୍ୟ କରୁଛି। ଜାତୀୟ ଡାଟାବେସ୍‌ଗୁଡ଼ିକରେ IT ସୁରକ୍ଷା ଯାଞ୍ଚ ଓ ଅଡିଟ୍‌ ନିୟନ୍ତ୍ରଣ ନିୟମିତ ସାଇବର ସୁରକ୍ଷା ବ୍ୟବସ୍ଥା ଭାବେ କାର୍ଯ୍ୟକାରୀ ହୋଇଛି। ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ଓ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)ଙ୍କ ଭଳି ଆଇନଗତ କର୍ତ୍ତୃପକ୍ଷମାନେ ଆଇନ ଅନୁଯାୟୀ ପଞ୍ଜୀକରଣ ଓ ନାମ ବାଦ୍‌ ଦେବା ସମ୍ପର୍କିତ ନିଜ ଆଇନଗତ କ୍ଷମତା ଅନୁଯାୟୀ କାର୍ଯ୍ୟ କରନ୍ତି।

୮. ଭାରତ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସଚ୍ଚୋଟତା ଓ ନିଷ୍ଠାର ସହ ନିଜର ସାମ୍ବିଧାନିକ ଦାୟିତ୍ୱ ସମ୍ପାଦନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆୟୋଗ ସ୍ୱୀକାର କରିଛି।