ଶ୍ରୀମନ୍ଦିର ପ୍ରଶାସକ ଜାରୀ କଲା କାରଣ ଦର୍ଶାଅ ନୋଟିସ...

Mar 5, 2026 - 09:13
 7
ଶ୍ରୀମନ୍ଦିର ପ୍ରଶାସକ ଜାରୀ କଲା କାରଣ ଦର୍ଶାଅ ନୋଟିସ...

ଶ୍ରୀମନ୍ଦିର ପ୍ରଶାସକ ଜାରୀ କଲା କାରଣ ଦର୍ଶାଅ ନୋଟିସ...

ଫେବୃୟାରୀ ୨୮ତାରିଖରେ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ନୀତି ବିଳମ୍ବ ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଜଣ ସେବାୟତଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ୩ ସେବାୟତଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ସନ୍ଦେଶ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିରର ସେବାୟତ ରାମକୃଷ୍ଣ ଖୁଣ୍ଟିଆ, ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। 

ଆସନ୍ତା ସପ୍ତାହକ ମଧ୍ୟରେ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନମିଳିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ଗତ ଫେବୃୟାରୀ ୨୮ତାରିଖରେ ଶ୍ରୀମନ୍ଦିରରେ ଭିଆଇପିଙ୍କୁ ମିଳୁଥିବା ସ୍ୱତନ୍ତ୍ର ସୁବିଧାକୁ ନେଇ କିଛି ସେବାୟତଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। 

ଏହି ବିବାଦ ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା, ଯେଉଁଥିପାଇଁ ତିନିଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି କିଛି ଘଣ୍ଟା ପାଇଁ ମଧ୍ୟ ବନ୍ଦ ରହିଥିଲା।