ଓଡ଼ିଶା ଶାର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ :

May 2, 2026 - 09:55
 3
ଓଡ଼ିଶା ଶାର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ :

ନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୭ଶହ କୋଟି ପ୍ରଧାନମନ୍ତ୍ରୀ ଟଙ୍କାର ୮୨୭ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟକୁ ସଡ଼କ ପ୍ରକଳ୍ପର ଉପହାର ଦେଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ; ୧୭୦୨ କିମି ଗ୍ରାମୀଣ ପକ୍କା ସଡ଼କ ସଂଯୋଗ

ଗୃହ ନିର୍ମାଣ, ମନରେଗା ଏବଂ ଜଳସେଚନକୁ ପ୍ରମୁଖ ପ୍ରୋତ୍ସାହନ: ଶ୍ରୀ ଶିବରାଜ ସିଂହ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ୬୩୦.୬୧ କୋଟି ଟଙ୍କା, ମନରେଗାର ପ୍ରଥମ କିସ୍ତି ପାଇଁ ୮୬୮.୭୧ କୋଟି ଟଙ୍କା ଏବଂ ଡବ୍ଲ୍ୟୁଡିସି-ପିଏମକେଏସୱାଇ ୨.୦ ପାଇଁ ମଞ୍ଜୁର କଲେ ୩୦.୦୭ କୋଟି ଟଙ୍କା

ଓଡିଶାର କୌଣସି ଗରିବ ଲୋକ କଚ୍ଚା ଘରେ ରହିବେ ନାହିଁ: ସଡ଼କ, ଗୃହ ନିର୍ମାଣ, ଜଳ, ଜୀବିକା ଏବଂ କୃଷକ ସମୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ

ପିଏମଜିଏସୱାଇ-ଚତୁର୍ଥ ପର୍ଯ୍ୟାୟ ଦୁର୍ଗମ, ପାହାଡିଆ ଏବଂ ବଞ୍ଚିତ ଅଞ୍ଚଳରେ ବିକାଶର ସିଧାସଳଖ ସୁବିଧା ପ୍ରଦାନ କରିବ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ପାଇଁ ସଂକଳ୍ପ ହେବ ସୁଦୃଢ଼ : ମିଶନ ମୋଡରେ ସଡ଼କ, ଜଳ, ବିଦ୍ୟୁତ୍ ଏବଂ ଗ୍ରାମୀଣ ଭିତ୍ତିଭୂମି କାର୍ଯ୍ୟ ହେବ – ମୁଖ୍ୟମନ୍ତ୍ରୀ

ରାୟଗଡ଼ାର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନପତ୍ର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ, ଜନପ୍ରତିନିଧ୍ ଓ ଜନସାଧାରଣଙ୍କ ଉପସ୍ଥିତିରେ ବିକାଶ ଯୋଜନାର ହେଲା ଶୁଭାରମ୍ଭ

ରାୟଗଡ଼ାର ପବିତ୍ର ମାଟିରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା- ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଛି । ଏହା ଓଡ଼ିଶାର ଗ୍ରାମୀଣ ବିକାଶ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ମିଶି ସଡ଼କ, ଗୃହ ନିର୍ମାଣ, ସେଚନ, ନିଯୁକ୍ତି, ପାନୀୟ ଜଳ, ମହିଳା ସଶକ୍ତିକରଣ ଏବଂ କୃଷକ ସମୃଦ୍ଧି ସହିତ ଜଡିତ ବହୁମୁଖୀ ଖୀ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ମଞ୍ଚ ଉପରେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା – ଚତୁର୍ଥ ପର୍ଯ୍ୟାୟର ଅନୁମୋଦନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିଭିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ହିତାକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଜଳସେ

ରାୟଗଡ଼ାର ବାରିଜୋଲାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା, ବିଶେଷକରି ରାୟଗଡ଼ାର ସାଂସ୍କୃତିକ ମହିମା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିଶ୍ରମୀ ଲୋକଙ୍କର ପ୍ରଶଂସା କରିଥିଲେ I ସେ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ, ଡବଲ-ଇଞ୍ଜିନ୍ ସରକାର ରାଜ୍ୟର ସର୍ବାଙ୍ଗୀଣ ବିକାଶ ପାଇଁ ପୂର୍ଦ୍ଧ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛି। ଏଠାକୁ ସେ ଖାଲି ହାତରେ ଆସି ନାହାଁନ୍ତି ବରଂ ଓଡ଼ିଶାର ବିକାଶ ପାଇଁ ଉପହାର ଆଣିଛନ୍ତି, ଯାହା ସିଧାସଳଖ ଗାଁ, ଗରିବ, ଚାଷୀ, ଶ୍ରମିକ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବ । ସେ ଆହୁରି କହିଥିଲେ, ସଡ଼କ କେବଳ ପରିବହନର ଏକ ମାଧ୍ୟମ ନୁହେଁ ବରଂ ଜୀବନ, ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମଗ୍ରିକ ପ୍ରଗତି ପାଇଁ ଜୀବନରେଖା। ଏହି ଦୃଷ୍ଟିକୋଣ ସହିତ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତିରେ ୧,୬୯୮.୦୪ କୋଟି ଟଙ୍କା ବ୍ୟୟରେ ୧୭୦୧.୮୪ କିଲୋମିଟର ବ୍ୟାପୀ ୮୨୭ଟି ନୂତନ ରାସ୍ତା ଓଡିଶାକୁ ଯୋଗାଇ ଦିଆଯାଇଛି। ଏହା ସହିତ, ପୂର୍ବରୁ ଅନୁମୋଦିତ କିନ୍ତୁ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ ଅତିରିକ୍ତ ପାଣ୍ଠି ଯୋଗାଇ

ଖ୍ୟଧାରାରୁ ବଞ୍ଚିତ ହେବ ନାହି ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଦିଆଯାଉଛି। ଏହା ଦ୍ବାରା କୌଣସି ଦୁର୍ଗମ ଅଞ୍ଚଳ ବିକାଶର ମୁଖ୍ୟଧାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଜନା ପ୍ରକଳ୍ପର ଅନୁମୋଦନ ପତ୍ର ପ୍ରଦାନ କରିଥିଲେ I

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଗୃହ ନିର୍ମାଣ ଏବଂ ଜୀବିକା ଉପରେ ବିଶେଷ ଗୁରୁତ୍ବ ଦେଇ କହିଥିଲେ, ଓଡ଼ିଶାରେ କୌଣସି ଗରିବ ପରିବାର କଚ୍ଚା ଘରେ ରହିବେ ନାହିଁ ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ପଡ଼ି ରହିଥ‌ିବା ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ୬୩୦.୬୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରମିକ ଦିବସ ଅବସରରେ, ସେ ମନରେଗା ଅଧୀନରେ ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ଆକାରରେ ୮୬୮.୭୧ କୋଟି ଟଙ୍କା ଆବଣ୍ଟନ କରିଥିଲେ ଏବଂ ଡବ୍ଲ୍ୟୁଡିସି-ପିଏମକେଏସୱାଇ ୨.୦ ଅଧୀନରେ ୩୦.୦୭ କୋଟି ଟଙ୍କା ମଧ୍ଯ ମଞ୍ଜୁର କରିଥିଲେ I

ମହିଳା, ଚାଷୀ ଏବଂ ଯୁବପିଢ଼ିଙ୍କୁ ବିକାଶର କେନ୍ଦ୍ରରେ ରଖ୍ ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ଗରିବ ମହିଳାଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସଶକ୍ତିକରଣ ପ୍ରଦାନ କରିବା ସରକାରଙ୍କ ସଂକଳ୍ପ ଲକ୍ଷପତି ଦିଦି ଅଭିଯାନ, ସ୍ବୟଂ ସହାୟକ ଗୋଷ୍ଠୀର ବିକାଶ, ଗ୍ରାମୀଣ ଜୀବିକା, ଆତ୍ମନିଯୁକ୍ତି ତାଲିମ, କୃଷି ପ୍ରତି ବୈଜ୍ଞାନିକ ଆଭିମୁଖ୍ୟ, ସମନ୍ବିତ କୃଷି, ପଶୁପାଳନ, ମତ୍ସ୍ୟପାଳନ, ଛେଳି ପାଳନ, ମହୁମାଛି ପାଳନ ଏବଂ ବୃକ୍ଷରୋପଣ ଆଧାରିତ ଆୟ ବୃଦ୍ଧିକାରୀ ପଦକ୍ଷେପ ଉପରେ ସେ ଗୁରୁତ୍ବାରୋପ କରିଥିଲେ I ସେ କହିଥିଲେ, ଓଡ଼ିଶାରେ କୃଷି ଭିତ୍ତିଭୂମି ପାଣ୍ଠି ମାଧ୍ଯମରେ ପ୍ରଗତିଶୀଳ କୃଷି, ଉନ୍ନ‌ତ ବିହନ, ବିହନ ଗ୍ରାମ, ସଂରକ୍ଷଣ କ୍ଷମତା ଏବଂ ଗୋଦାମ ନିର୍ମାଣ ଭଳି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧିରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏପରି ଉପହାର କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ସ୍ବତନ୍ତ୍ର ସ୍ନେହ ଏବଂ ପ୍ରତିବଦ୍ଧତାର ପ୍ରମାଣ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା କଳ୍ପନା କରାଯାଇଥିଲା ଏବଂ ଆଜି ସେହି ଦୃଷ୍ଟିକୋଣକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଗ୍ରାମୀଣ ଭାରତର ସ୍ଥିତି ଏବଂ ଦିଗ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ଯୋଜନା - ୪କୁ ବିଶେଷକରି ଅପହଞ୍ଚ, ପାହାଡିଆ, ଦୁର୍ଗମ ଏବଂ ଏପର୍ଯ୍ୟନ୍ତ ସଂଯୋଗ ହୋଇନଥ୍‌ବା ଅଞ୍ଚଳଗୁଡ଼ିକୁ ଯୋଗାଯୋଗ ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ‘‘ସମୃଦ୍ଧ ଓଡ଼ିଶା, ଏକ ବିକଶିତ ଓଡ଼ିଶା” ସଂକଳ୍ପ ନେଇ ରାଜ୍ୟ ସରକାର ସଡ଼କ, ସେତୁ, ପାନୀୟ ଜଳ, ବିଦ୍ୟୁତ୍, ଗ୍ରାମୀଣ ଭିତ୍ତିଭୂମି, କୃଷକଙ୍କ ଆୟ, ମହିଳା ସଶକ୍ତିକରଣ ଏବଂ ଯୁବ ନିଯୁକ୍ତି ଉପରେ ମିଶନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରି କହିଥିଲେ, ରାୟଗଡ଼ା ସମେତ ରାଜ୍ୟର ଅନେକ ଜିଲ୍ଲାରେ ରାସ୍ତା ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଗ୍ରାମୀଣ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେବ ।

ଏହି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହିତାଧ୍କାରୀମାନଙ୍କୁ ସମ୍ମାନିତ କରିଥିଲେ ଏବଂ ସହାୟତା ବଣ୍ଟନ କରିଥିଲେ I ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉଦ‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜନପ୍ରତିନିଧ୍, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟକ ମହିଳା ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।