ହାଜତରେ 10/12 ପୋଲିସ ମିଶି ଦିବ୍ୟାଙ୍ଗଙ୍କୁ ନିର୍ଯାତନା କଣ ଭିଡ଼ ହିଂସା ନୁହେଁ ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ସରକାରଙ୍କୁ ପ୍ରଶ୍ନ...

Jun 9, 2026 - 19:50
 6
ହାଜତରେ 10/12 ପୋଲିସ ମିଶି ଦିବ୍ୟାଙ୍ଗଙ୍କୁ ନିର୍ଯାତନା କଣ ଭିଡ଼ ହିଂସା ନୁହେଁ  ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ସରକାରଙ୍କୁ ପ୍ରଶ୍ନ...

ହାଜତରେ 10/12 ପୋଲିସ ମିଶି ଦିବ୍ୟାଙ୍ଗଙ୍କୁ ନିର୍ଯାତନା କଣ ଭିଡ଼ ହିଂସା ନୁହେଁ ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ସରକାରଙ୍କୁ ପ୍ରଶ୍ନ...

ତଳିଆ କର୍ମଚାରୀଙ୍କୁ ବଦଳି କରିଦେବା କଣ ହାଜତ ହିଂସାର ଦଣ୍ଡ ?

କବିସୂର୍ଯ୍ୟନଗର ଦିବ୍ୟାଙ୍ଗ ହାଜତ ମୃତ୍ୟୁ ମାମଲା, କଂଗ୍ରେସ ଦାବିକଲା 2 କୋଟି ଟଙ୍କା ଓ ସରକାରୀ ଚାକିରୀ

କବିସୂର୍ଯ୍ୟ ନଗର ପୋଲିସ ହାଜତରେ ଦିବ୍ୟାଙ୍ଗଙ୍କୁ ପୋଲିସ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଦ୍ୱାରା ଦିବ୍ୟାଙ୍ଗଙ୍କ ମୃତ୍ୟୁ ତଥା ରାଜ୍ୟରେ ନିଆଁ ଭଳି ମାଡି ଯାଉଥିବା ଭିଡ଼ ହିଂସାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଅତିଥି ପରିଚୟ କରିଥିଲେ ଏବଂ କହିଥିଲେ, ସରକାରଙ୍କ ଏକଛାତ୍ରବାଦ ନୀତିକୁ ଲୋକମାନେ ବିରୋଧ କରିବା ଆରମ୍ଭ କଲେଣି, କବିସୂର୍ଯ୍ୟନଗର ଥାନା, ବାରଙ୍ଗ ଥାନା, ବାଲିଅନ୍ତା ଥାନାରେ ଘଟିଥିବା ନିର୍ଯାତନା ଉପରେ ପ୍ରଶ୍ନ ପଚାରୁଛନ୍ତି l 

ଭିଡ଼ ହିଂସା ମାନେ ସରକାର କଣ ବୁଝୁଛନ୍ତି, ଗୋଟିଏ ହାଜତରେ 10 ରୁ 12 ଜଣ ପୋଲିସ ଗୋଟିଏ ଦିବ୍ୟାଙ୍ଗକୁ ମାରିବା କଣ ଭିଡ଼ ହିଂସା ନୁହେଁ କି ? ଯଦି ଏଠି ବାଡ଼ କ୍ଷେତ ଖାଏ କହାକୁ କହିବା ବୋଲି ଶ୍ରୀ ଦାସ କହିଛନ୍ତି l

ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶିବାନନ୍ଦ ରାୟ କହିଥିଲେ, "ଯେଉଁଠାରେ ରକ୍ଷକ ଭକ୍ଷକ ସାଜି ଯାଆନ୍ତି, ସେଠାରେ ସାଧାରଣ ଲୋକ ନ୍ୟାୟ କିପରି ପାଇବେ ? 

ଏହି ଘଟଣାରେ ସରକାର ଏକ ନିରପେକ୍ଷ ନ୍ୟାୟିକ ତଦନ୍ତ କରାଇବା ଆବଶ୍ୟକ ଅଛି ।

 

ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ମିଳିପାରିବ।" 

ଦିବ୍ୟାଙ୍ଗ ପରିବାରକୁ କ୍ଷତିପୂରଣ ବାବଦରେ 1 କୋଟି ଟଙ୍କା ତଥା ପରିବାରର ଜଣକୁ ସରକାରୀ ଚାକିରୀ ଦେବାକୁ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରିଥିଲେ l

ସାମ୍ବାଦିକଙ୍କୁ ସମ୍ବୋଧିତ କରି ପୂର୍ବତନ ଗୋପାଳପୁରର କଂଗ୍ରେସ ବିଧାୟକ ଡଃ ତ୍ରିନାଥ ବେହେରା କହିଲେ, ବିଜେପି ସରକାର ଆସିବା ଦିନଠାରୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଇଛି l 

ଅପରାଧୀ ଆଇନ କାନୁନକୁ ଭୃକ୍ଷେପ ନ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି l କେତେବେଳେ ଗୁଳିକାଣ୍ଡ ହତ୍ୟା ତ କେତେବେଳେ ବିଚ ବଜାରରେ ଖଣ୍ଡାରେ ହଣାଯାଉଛି l 

ହୁଗୁଳା ପ୍ରଶାସନ ଓ ଦୁର୍ବଳ ପୋଲିସ ଏଥିପାଇଁ ଦାୟୀ l କବିସୂର୍ଯ୍ୟ ନଗରରେ ଯାହା ଘଟିଲା ତାହା ଯୋଗୁଁ ଗଞ୍ଜାମକୁ ବଦନାମ ହେବାକୁ ପଡିଲା l 

ଅପରାଧୀଙ୍କୁ ପୋଲିସ କଣ କଣ୍ଟ୍ରୋଲ କରିବ, ନିଜେ ଅପରାଧୀ ସାଜି ହାଜତ ଭିତରେ ଲୋକଙ୍କୁ ତାଲିବାନୀ ଅତ୍ୟାଚାର ଆରମ୍ଭ କରି ଦେଇଛି, ତାହା ପୁଣି ଜଣେ ଦିବ୍ୟାଙ୍ଗଙ୍କୁ l 

ଯେଉଁ ପୋଲିସ କର୍ମଚାରୀ ଏଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତଥିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗଞ୍ଜାମ ଏସପିଙ୍କ ବିରୋଧରେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଅଛି l 

ଯଦି ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ପୋଲିସ ହାଜତ ଅତ୍ୟାଚାର କେନ୍ଦ୍ର ପାଲଟି ଯିବ ଓ ପୋଲିସ ସାଧାରଣ ଜନତାଙ୍କ ଆସ୍ଥା ହରାଇବ ବୋଲି ଡଃ ବେହେରା କହିଛନ୍ତି l

ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଶ୍ରୀ କୃଷ୍ଣ ଚନ୍ଦ୍ର ପତି ମୋହନ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ କଡା ସମାଲୋଚନା କରି କହିଥିଲେ ଯେ, ଏହି ବିଜେପି ସରକାର 

ନାରୀ ନିର୍ଯ୍ୟାତନାରେ ନମ୍ବର-୧

ଗଣଧର୍ଷଣରେ ନମ୍ବର-୧

ଭିଡ଼ ହିଂସାରେ ନମ୍ବର-୧

ପରୀକ୍ଷା ପ୍ରଶ୍ନପତ୍ର ଲିକରେ ନମ୍ବର-୧

????ଏବେ ଆଉ ଦୁଇଟି କ୍ଷେତ୍ରରେ ସରକାର ନମ୍ବର-୧ ହୋଇଛି

ହାଜତ ମୃତ୍ୟୁରେ ନମ୍ବର-୧

ନିରୀହ ଲୋକଙ୍କୁ ଥାର୍ଡ ଡିଗ୍ରୀ ନିର୍ଯ୍ୟାତନା ଦେବାରେ ନମ୍ବର-୧

ଆମେ ଇତିହାସରେ ବ୍ରିଟିଶ ପୋଲିସର କଥା ପଢ଼ିଥିଲୁ ଏବଂ ଶୁଣିଥିଲୁ। ଏବେ ଆମେ ଦେଖୁଛୁ ଯେ ବ୍ରିଟିଶ ପୋଲିସ ଓ ବିଜେପି ପୋଲିସ ଭିତରେ କୌଣସି ଫରକ ନାହିଁ। 

ସେତେବେଳେ ନିରୀହ ଦେଶବାସୀଙ୍କୁ ହତ୍ୟା କରା ଯାଉଥିଲା, ଏବେ ମଧ୍ୟ ସେହି ଧାରା ଆରମ୍ଭ ହୋଇଛି।

ପୋଲିସ ଜନତାଙ୍କ ବନ୍ଧୁ ନା ବୈରୀ ? 

ଡାବୁଗାଁ, ବାରଙ୍ଗ ଓ କବିସୂର୍ଯ୍ୟନଗର ଭଳି ଘଟଣା ଦେଖିଲେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି। 

ହାଜତ ମୃତ୍ୟୁ ଓ ହାଜତରେ କିପରି ହତ୍ୟା କରାଯାଉଛି, ତାହା ଏହି ଘଟଣାଗୁଡ଼ିକ ସ୍ପଷ୍ଟ କରୁଛି।

୨୦୨୪ ଠାରୁ ୨୫ ମେ ପର୍ଯ୍ୟନ୍ତ ୧୧ ଜଣଙ୍କର ହାଜତ ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଇଛି। 

ଏଭଳି ପରିସ୍ଥିତିରେ ବିଜେପି ପୋଲିସ ଠାରୁ ଆଉ କ'ଣ ଆଶା କରାଯାଇପାରେ? 

ଅନ୍ଧଭକ୍ତମାନେ ଏବେ ପୋଲିସର ଚୌକିଦାର ସାଜିଛନ୍ତି।

କବିସୂର୍ଯ୍ୟନଗର ସୁବଳୟା ଗ୍ରାମର ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପୋଲିସ ହାଜତରେ ୬ରୁ ୭ ଦିନ ରଖି, ତାଙ୍କ ଶରୀରକୁ ବ୍ଲେଡରେ କାଟି ଏବଂ ଲଙ୍କା ଗୁଣ୍ଡ ଦେଇ ନିର୍ଯ୍ୟାତନା ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ ରହିଛି। 

ଏହା ଠାରୁ ବଳି ଆଉ ଅଧିକ ବିଡମ୍ବନାର ବିଷୟ କଣ ହୋଇପାରେ ?

ଏହା ଲୋକଙ୍କ ସରକାର, ନା ଲୋକ ବିରୋଧୀ ସରକାର ?

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ। 

ଦେଖାଣିଆ ଭାବରେ ୨ରୁ ୪ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି, କିନ୍ତୁ ତାହା କି ଯଥେଷ୍ଟ ?

କଂଗ୍ରେସ ପଚାରୁଛି, ମାଇନିଙ୍ଗ ଅଫିସର ମନ ହେମ୍ବ୍ରମ ହେଉ କି ଆଇପିଏସ୍ ଅଧିକାରୀ ନୀତେଶ ମିଶ୍ର, ସେମାନଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ?

ଏହି ଷଡ଼ଯନ୍ତ୍ରରେ ଜିଲ୍ଲାର ମନ୍ତ୍ରୀ ମଧ୍ୟ ସାମିଲ ଥିବା ଅଭିଯୋଗ ଉଠିଛି ବୋଲି ଶ୍ରୀ ପତି ପ୍ରକାଶ କରିଥିଲେ l

ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ସରକାରଙ୍କଠାରେ ନିମ୍ନଲିଖିତ ଦାବୀ ଉଲ୍ଲେଖ କରିଥିଲେ,

(୧) ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ।

(୨) ପରିବାରର ଜଣେ ସଦସ୍ୟ କିମ୍ବା ତାଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଦିଆଯାଉ।

(୩) ଦୋଷୀଙ୍କ ବିରୋଧରେ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ସେ ଯେତେ ଉଚ୍ଚପଦସ୍ଥ ବ୍ୟକ୍ତିତ୍ୱ ହୋଇ ଥାଆନ୍ତୁ ନା କାହିଁକି