GST ସଂଗ୍ରହରେ ବଡ଼ ସଫଳତା...

Oct 2, 2026 - 13:20
 2
GST ସଂଗ୍ରହରେ ବଡ଼ ସଫଳତା...

ସେପ୍ଟେମ୍ବର ୨୦୨୬ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ପୁଣି ଥରେ ୨ ଲକ୍ଷ କୋଟି ଟଙ୍କାର ସୀମା ପାର୍‌ କରି ଏକ ବଡ଼ ସଫଳତା ହାସଲ କରିଛି। 
ସରକାରୀ ତଥ୍ୟ ଅନୁଯାୟୀ, ଗତବର୍ଷର ଏହି ସମୟ ତୁଳନାରେ ବାର୍ଷିକ ଆଧାରରେ ଜିଏସ୍‌ଟି ଆଦାୟ ୧୪.୨% ବୃଦ୍ଧି ପାଇ ମୋଟ ୨.୦୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। 
ଦେଶ ମଧ୍ୟରେ ଘରୋଇ କାରବାର ଏବଂ ସାମଗ୍ରୀ ଆମଦାନୀ ବୃଦ୍ଧି ପାଇବା ଯୋଗୁଁ ଏହି ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଘରୋଇ କାରବାରରୁ ଜିଏସ୍‌ଟି ଆୟ ୧୦.୧% ବୃଦ୍ଧି ପାଇ ୧.୩୮ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ, ଆମଦାନୀ ଶୁଳ୍କରୁ ଜିଏସ୍‌ଟି ଆୟ ୨୪.୧% ବୃଦ୍ଧି ପାଇ ୬୪,୪୨୪ କୋଟି ଟଙ୍କାରେ ପହଞ୍ଚିଛି। 
ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୧.୭୦ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ସେଥିମଧ୍ୟରୁ ସିଜିଏସ୍‌ଟି  ୩୭,୨୬୭ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌‌ଟି ୪୫,୩ଥ୭ କୋଟି ଟଙ୍କା ରହିଛି। 
ରିଫଣ୍ଡ ବାବଦ ଅର୍ଥ ଫେରସ୍ତ କରାଯିବା ପରେ ଦେଶର ନେଟ୍ ଜିଏସ୍‌‌ଟି ଆୟ ୧୨.୧% ବୃଦ୍ଧି ପାଇ ୧.୭୭ ଲକ୍ଷ କୋଟି ଟଙ୍କା ହୋଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ (ଏପ୍ରିଲରୁ ସେପ୍ଟେମ୍ବର) ମଧ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୧୨.୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୧୧.୭% ଅଧିକ। 
ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୨୮,୮୮୬ କୋଟି ଟଙ୍କା ସହ ଶୀର୍ଷରେ ରହିଥିବା ବେଳେ, କର୍ଣ୍ଣାଟକ ୧୩,୮୮୪ କୋଟି ଟଙ୍କା ଏବଂ ଗୁଜରାଟ ୧୨,୭୭୭ କୋଟି ଟଙ୍କା ଜିଏସ୍‌ଟି ଆଦାୟ କରିଥିଲେ