ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ପାଚିଲା କଦଳୀ

Ripe banana enhances beauty

Jan 31, 2024 - 21:24
 23
ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ପାଚିଲା କଦଳୀ

ନୂଆଦିଲ୍ଲୀ : କଦଳୀ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ତେବେ ଏହି କଦଳୀ କେବଳ ଯେ ଆମ ସ୍ବାସ୍ଥ୍ୟ ଉପଯୋଗୀ ତାହା ନୁହେଁ , ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ  । କଦଳୀକୁ ଆମେ ଫେସ୍ ମାସ୍କ ଭାବେ ବ୍ୟବହାର କରିପାରିବା। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା  । ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ।

ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟତା ବଢ଼ାଇଥାଏ। ପାଚିଲା କଦଳୀରେ  ଥିବା ଭିଟାମିନ୍ ‘ସି’ ମୁହଁର କଳାଦାଗ ସହ ବ୍ରଣ ବାହରିବା ଦୂର କରିଥାଏ। ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ଧୀରେ ଧୀରେ କଳା ଦାଗ କମିଯିବ । କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି। ଏହା ତ୍ୱଚାକୁ ପୋଷଣ ଶକ୍ତି ଦେଇଥାଏ  ।

ଅସମୟରେ ତ୍ୱଚା  କୁଞ୍ଚନ ହେବାରୁ ରକ୍ଷା କରିଥାଏ। କେଶ ପାଇଁ  ମଧ୍ୟ ଏହାକୁ ଆମେ ବ୍ୟବହାର କରିପାରିବା । ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ମାଲିସ କରନ୍ତୁ। ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ସଫ୍ଟ ଏବଂ ସିଲକି କରିଥାଏ  ।