ଅଖା ବସ୍ତାରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ
ଯାଜପୁର: ନଦୀକୂଳରୁ ବସ୍ତା ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ମଙ୍ଗଳପୁର ଥାନା କୁଅଁରସାହି ନିକଟ ବୈତରଣୀ ନଦୀକୂଳରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ରବିବାର ସକାଳୁ ସ୍ଥାନୀୟ ଲୋକ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ପାରିପାର୍ଶିକ ଅବସ୍ଥାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । କାରଣ ଜବତ ଅଖା ବସ୍ତା ଟି ନଦୀ ପଠାରେ ପଡିରହିଛି । ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ତେବେ କେହି ଦୁର୍ବୁତ୍ତ ପ୍ରଥମେ ହତ୍ୟା କରିବା ପରେ ମୃତଦେହକୁ ନଦୀପଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମଙ୍ଗଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।