ଏଆଇ ଇମ୍ପାକ୍ଟ ସମିଟ୍ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ: ପ୍ରଧାନମନ୍ତ୍ରୀ

Feb 20, 2026 - 10:52
 2
ଏଆଇ ଇମ୍ପାକ୍ଟ ସମିଟ୍ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ: ପ୍ରଧାନମନ୍ତ୍ରୀ

ଏଆଇ ଇମ୍ପାକ୍ଟ ସମିଟ୍ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ: ପ୍ରଧାନମନ୍ତ୍ରୀ

ବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକ ଶାସନର କେନ୍ଦ୍ରରେ ରହିବା ସହ ଏଆଇ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍:

ପ୍ରଧାନମନ୍ତ୍ରୀ

ଏଆଇରେ ନୈତିକତା ଅସୀମିତ ହେବା ଉଚିତ୍‌, ଉଦ୍ଦେଶ୍ୟ ସହ ଲାଭ ସଂଯୁକ୍ତ ହେବା ଉଚିତ୍: ପ୍ରଧାନମନ୍ତ୍ରୀ

ଏଆଇର ନୈତିକ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀଙ୍କ ତିନୋଟି ପ୍ରସ୍ତାବ: ଭରସାଯୋଗ୍ୟ ବୈଶ୍ୱକ ଡାଟା ବିଧୂବ୍ୟବସ୍ଥା, ସ୍ବଚ୍ଛ ଗ୍ଲାସବକ୍ସ ନିରାପତ୍ତା ନିୟମ ଓ ଏଆଇରେ ମାନବିକ ମୂଲ୍ୟବୋଧ ନିହିତ କରିବା

ମାନବତାର କଲ୍ୟାଣ ପାଇଁ ଏଆଇ ହେଉଛି ଏକ ସହଭାଗୀ ସମ୍ବଳ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅବସରରେ ଲିଡ ପ୍ଲାନେରି ଅଧୂବେଶନରେ ଉଦ‌ବୋଧନ ଦେଇଥିଲେ। ଶିଖର ସମ୍ମିଳନୀକୁ ଅଂଶଗ୍ରହଣକାରୀ ରୀମାନଙ୍କୁ ପୁଣି ଥରେ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ଏକ ମାନବ -କୈନ୍ଦ୍ରିକ ଓ ସଂବେଦନଶୀଳ ବୈଶ୍ୱିକ ଏଆଇ ଇକୋସିଷ୍ଟମ ତିଆରି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇତିହାସ ଦର୍ଶାଏ ଯେ ମଣିଷ ସବୁବେଳେ ସମସ୍ୟାକୁ ସୁଯୋଗରେ ରୁପାନ୍ତରିତ କରିଛି ଓ ଆଜି ସେହିପରି ଏକ ସୁଯୋଗ ଆସିଛି ଯେତେବେଳେ ଏକ ସମସ୍ୟାକୁ ମାନବଜାତିର ସବୁଠାରୁ ବଡ଼ ସୁଯୋଗରେ ପରିଣତ କରାଯାଇପାରିବ।

ଭଗବାନ ବୁଦ୍ଧଙ୍କ ବାଣୀ ‘ସଠିକ୍ ବୁଝାମଣାରୁ ସଠିକ୍ କାର୍ଯ୍ୟ ଉତ୍ପନ୍ନ ହୁଏ' କୁ ଉଦ୍ଧାର କରି ଶ୍ରୀ ମୋଦୀ ସମୟୋଚିତ ଚିତ, ଉଚିତ୍ ମନୋଭାବ ଓ ସଠିକ ନିଷ୍ପତ୍ତା ସହ ଏଆଇର ସକାରାତ୍ମକ ପ୍ରଭାବ ଲାଗି ଏକ ରୋଡମ୍ୟାପ୍ ପ୍ରସ୍ତୁତ ଉପରେ ଗୁରୁତ୍ବା ତ୍ବାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥୂଲେ ଯେ କୋଭିଡ୍ ବିଶ୍ବ ମହ ମହାମାରୀ ସମୟରେ ดิฐ ଦେଖୁଥୂଲା σα ଯେତେବେଳେ ଦେଶମା ଶମାନେ ଏକାଠି ହୁଅନ୍ତି ଅସମ୍ଭ ମ୍ଭବ ସମ ସମ୍ଭବ ହୁଏ। ଏହି ସହଯୋଗ ସମାଧାନ ପ୍ରଦାନ କରିଥ୍‌ଲା-ଟୀକା ବିକାଶଠାରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳ ପର୍ଯ୍ୟନ୍ତ, ଡାଟା ଆଦାନପ୍ରଦାନଠାରୁ ଆରମ୍ଭ କରି ଜୀ ଚୀନବ ବ ବଞ୍ଚାଇବା ପର୍ଯ୍ୟନ୍ତ। କୋଟି କୋଟି ଲୋକଙ୍କୁ ଠିକ ସମୟରେ ଟୀକାକରଣ ରଣ ସମ୍ଭବ କରିଥ‌ିବା ଡିଜିଟାଲ ଜିଟାଲ ଟୀକା ପ୍ଲାଟଫର୍ମର ଉଦାହରଣ ଦେଇ ସେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ମାନବତାର ବତାର କିପରି ସେବା କରେ ତାହା ଭାରତ ଦେଖାଇଥିଲା। ସେ କହିଥିଲେ ଯେ କଠିନ ସମୟରେ ବି ୟୁପିଆଇ ନିରବ ରବଚ୍ଛିନ୍ନ ଅନଲାଇନ ନେଣଦେଣ ସମ୍ଭବ କରୁଛି ଓ ଡିଜିଟାଲ ବିଭେଦ ଦୂର କରିବାରେ ବଡ଼ ଭୂମିକା ନିର୍ବାହ କରୁଛି। ସେ କହିଥ୍ ହିଥିଲେ ଯେ ବିଗତ ବର୍ଷମାନଙ୍କରେ ଭାରତ ଏକ ଗତିଶୀଳ ଡିଜିଟାଲ୍ ଜନ ଭିତ୍ତିଭୂମି ତିଆରି କରି ବିଶ୍ବ ସହ ବିତରଣ ରିଛି । ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ଶକ୍ତିର ଏକ ମାଧ୍ଯମ ନୁହେଁ, ବରଂ ସେବାର ଏକ ମାଧ୍ୟମ, ଏହା ଆଧୂପତ୍ୟ ପାଇଁ ନୁହେଁ ବରଂ ସଶକ୍ତି କରିବା ପାଇଁ ଉଦ୍ଦିଷ୍ଟ। ମାନବତାର କଲ୍ୟାଣ ପାଇଁ ଏଆଇ ବି ଏହି ଦିଗରେ ଅଗ୍ରଗତି କରିବା ଉଚିତ ବୋଲି ସେ କହିଥିଲେ। କରିଛି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅତୀତରେ ପ୍ରଯୁକ୍ତିବିଦ୍ୟା ବିଭାଜନ ସୃଷ୍ଟି କରିଥିଲା, କିନ୍ତୁ ଏବେ ଏଆଇ ସମସ୍ତଙ୍କ ପାଇଁ ସୁଗମ ଏବଂ ସୁଲଭ ହେବା ଉଚିତ। ସେ ଗୁରୁତ୍ବାରୋପ କରିଥିଲେ ଯେ ଏଆଇର ଭବିଷ୍ୟତ ବିଷୟରେ ଆଲୋଚନା କରିବା ସମୟରେ, ବିଶ୍ବ ଦକ୍ଷିଣର ଆକାଂକ୍ଷା ଏବଂ ପ୍ରାଥମିକତାକୁ ଏଆଇ ଶାସନର ମୂଳରେ ରଖୁବା ଉଚିତ।

ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ନୈତିକତା ସର୍ବଦା ମାନବ ପ୍ରଗତିର ମୂଳରେ ରହିଛି, କିନ୍ତୁ ଏଆଇ ସହ ଅନୈତିକ ଆଚରଣର ପରିସର ଅସୀମ ହୋଇଯାଇଛି। ସେ ଗୁରୁତ୍ବାରୋପ କରିଥିଲେ ଯେ ଏଆଇ ପାଇଁ ନୈତିକ ମାନଦଣ୍ଡ ମଧ୍ୟ ଅସୀମ

ହେବା ଉଚିତ। ସେ କହିଥିଲେ ଯେ ଏଆଇ କମ୍ପାନୀଗୁଡ଼ିକର କେବଳ ଲାଭ ଉପରେ ନୁହେଁ ବରଂ ଉଦ୍ଦେଶ୍ୟ ଉପରେ ମଧ୍ଯ ଧ୍ୟାନ ଦେବା ଏକ ବିରାଟ ଦାୟିତ୍ଵ। ସେ ଦୃଢ଼ ନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଲ। ସେ ଆହୁରି ମଧ୍ୟ କହିଥିଲେ ଯେ ବ୍ୟକ୍ତିଗତ ସ୍ବରରେ, ଏଆଇ ପୂର୍ବରୁ ମାନବ ଶିକ୍ଷା, ବୁଦ୍ଧିମତ୍ତା ଏବଂ ଭାବନାକୁ ପ୍ରଭାବିତ କରୁଛି।

ଏଆଇର ନୈତିକ ବ୍ୟବହାର ପାଇଁ, ପ୍ରଧାନମନ୍ତ୍ରୀ ତିନୋଟି ପରାମର୍ଶ ଦେଇଥିଲେ:

୧. ଏଆଇ ତାଲିମ ତଥ୍ୟ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ ଏବଂ ଏକ ବିଶ୍ବସ୍ତ ବିଶ୍ବ ତଥ୍ୟ ଢାଞ୍ଚା ଉପ ଉପରେ ଆଧାରିତ ହେବା ଉଚିତ। ସେ "ବର୍ଜ୍ୟ ପ୍ରବେଶ ବର୍ଜ୍ୟ ବାହାର' ନୀତି ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ବାରୋପ କରିଥିଲେ ଯେ ଯଦି ତଥ୍ୟ ସୁରକ୍ଷିତ, ସନ୍ତୁଳିତ ଏବଂ ନିର୍ଭରଯୋଗ୍ୟ ନୁହେଁ, ତେବେ ଆଉଟପୁଟ୍ ଉପରେ ବିଶ୍ବାସ କରାଯ ରାଯାଇପାରିବ ନାହିଁ ।

୨. ଏଆଇ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ସୁରକ୍ଷା ନିୟମକୁ ସୃଷ୍ଟ ଏବଂ ସ୍ବଚ୍ଛ ରଖୁବା ଉଚିତ। ସେ ସ "ବ୍ଲାକବକ୍ସ" ପରିବର୍ତ୍ତେ "ଗ୍ଲାସ ବାକ୍ସ" ପଦ୍ଧତି ଗ୍ରହଣ କରିବାକୁ ଆହ୍ବାନ କରିଥିଲେ, ଯେଉଁଠାରେ ସୁରକ୍ଷା ନିୟମ ନିୟମ ଦୃଶ୍ୟମାନ ଏବଂ ଯାଞ୍ଚଯୋଗ୍ୟ ହୋଇଥ‌ିବ। ସେ ଉଲ୍ଲେଖ କରିଥିଲେ ଯେ ଏହା ଦାୟିତ୍ଵ ସୁନିଶ୍ଚିତ କରିବ ଏବଂ ବ୍ୟବସାୟରେ ନୈତିକ ଆ ଆଚରଣକୁ ସୁଦୃଢ଼ କରିବ।

୩. ଏଆଇ ସ୍ପଷ୍ଟ ମାନବୀୟ ମୂଲ୍ୟବୋଧ ଦ୍ବାରା ପରିଚାଳିତ ହେବା ଉଚିତ। ସେ "ପେପର କ୍ଲିପ୍ ସମସ୍ୟା"କୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଏକ ଲକ୍ଷ୍ୟ ଦିଆଯାଇଥିବା ମେସିନ୍ ଏହାକୁ ହାସଲ କରିବା ପାଇଁ ସମସ୍ତ ବିଶ୍ବ ସମ୍ବଳକୁ ନିଷ୍କାସନ କରିଥାଏ। ସେ ରେଖାଙ୍କିତ କରିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ଏହାର ଆଭିମୁଖ୍ୟ ସର୍ବଦା ମଣିଷ ଦ୍ବାରା ନିର୍ଣ୍ଣୟ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତାର ବିଶ୍ବଯାତ୍ରାରେ ଆକାଂକ୍ଷୀ ଭାରତର ଏକ ବଡ଼ ଭୂମିକା ରହିଛି ଏବଂ ଭାରତ ଏହି ଦାୟିତ୍ବ ଗ୍ରହଣ କରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି। ସେ ଉଲ୍ଲେଖ କରିଥିଲେ ଲ ଯେ ଭାରତର ଏଆଇ ମିଶନ ଧୀନରେ, ୩୮୦୦୦ ଜିପିୟୁ ପୂର୍ବରୁ ଉପଲବ୍ଧ ରହିଛି ଏବଂ ଆଗାମୀ ଛଅ ମାସରେ ଆଉ ୨୪୦୦୦ ୦ ଯୋଡାଯିବ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ ରତ ଏହାର । ଷ୍ଟାର୍ଟଅପ୍‌ଗୁଡ଼ିକୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ବିଶ୍ବସ୍ତରୀୟ କମ୍ପ୍ୟୁଟିଂ ଶକ୍ତି ପ୍ରଦାନ କରୁଛି। ସେ ଉ ଉଲ୍ଲେଖ କରିଥିଲେ ଯେ ଭାରତ ଏଆଇକୋଶ୍ (ଜାତୀୟ ଡାଟାସେଟ୍ ପ୍ଲାଟଫର୍ମ) ମଧ୍ୟ ସୃଷ୍ଟି କରିଛି, ଯାହା ମା ୭୫୦୦ ରୁ ଅଧୂକ ଡାଟାସେଟ୍ ଏବଂ ୨୭୦ ଏଆଇ ମଡେଲ୍ ଜାତୀୟ ସମ୍ବଳ ଭାବରେ ଜାରି କରାଯାଇଛି। ମାଧ୍ଯମରେ

ପ୍ରଧାନମନ୍ତ୍ରୀ କହିଥୂଲେ σα ଏଆଇ ପାଇଁ ଭାରତର ଆଭିମୁଖ୍ୟ ଏବଂ ଦୃଷ୍ଟିକୋଣ ସୃଷ୍ଟ - ଏଆଇ ହେଉଛି ମାନବଜାତି କଲ୍ଯାଣ ପାଇଁ ଏକ ସ‌ହଭାଗୀ ସମ୍ବଳ। ସେ ଏକ ଏଆ ଏଆଇ ଭବିଷ୍ୟତ ସୃଷ୍ଟି ଷ୍ୟତ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ଯାହା ନବସୃଜନକୁ ଜନକୁ ପ୍ରେରଣା ଦେଉଥୂବ, ଅନ୍ତର୍ଭୁକ୍ତିକୁ ସୁଦୃଢ଼ ଢ଼ କରୁଥିବ ଏବଂ ମାନବିକ ମୂଲ୍ୟବୋଧକୁ ସମନ୍ବିତ କରୁଥୂବ। ଶେଷରେ ଶ୍ରୀ ମୋଦୀ କହିଥିଲେ ଯେ ଯେ ଯେତେ ଯେତେବେଳେ ପ୍ରଯୁକ୍ତି ପ୍ରଯୁକ୍ତିବିଦ୍ୟା ଏବଂ ମାନବ ବିଶ୍ବାସ ଏକାଠି ଆଗକୁ ବଢ଼ିବ, ଏଆଇର ପ୍ରକୃତ ପ୍ରଭାବ ସାରା ବିଶ୍ବରେ ଦୃଶ୍ୟମାନ ହେବ।