ଏବେ ଦିଲ୍ଲୀ ଏମ୍‌ସରେ ମନ୍ତ୍ରୀ ସୁରେଶ ପୂଜାରୀ...

Mar 5, 2026 - 14:58
 7
ଏବେ ଦିଲ୍ଲୀ ଏମ୍‌ସରେ ମନ୍ତ୍ରୀ ସୁରେଶ ପୂଜାରୀ...

ଏବେ ଦିଲ୍ଲୀ ଏମ୍‌ସରେ ମନ୍ତ୍ରୀ ସୁରେଶ ପୂଜାରୀ...

 

ଅସୁସ୍ଥତା କାରଣରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । 

ହୃଦରୋଗ ସମସ୍ୟା ପାଇଁ ସେ ଗତ ମଙ୍ଗଳବାର ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ । 

ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଗୁରୁବାର ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତ ୩ ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । 

ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । 

ତାଙ୍କୁ ପ୍ରଥମେ ଏମ୍‌ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭି) ଆଇସିୟୁରେ ରଖାଯାଇଥିଲା । 

ଏମ୍‌ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ ।