ଦଶରଥପୁରରେ କଂଗ୍ରସ ତରଫରୁ ରିଲିଫ ବାଣ୍ଟିଲେ ଓପିସିସି ସଭାପତି ଭକ୍ତ ଚରଣ ଦାସ...
ବନ୍ୟାଞ୍ଚଳରେ ପ୍ରଦେଶ କଂଗ୍ରେସର ମାରାଥନ ରିଲିଫ ବଣ୍ଟନ
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଜି ଯାଜପୁରଜିଲ୍ଲା ଅନ୍ତର୍ଗତ ଦଶରଥପୁର ବନ୍ୟାଞ୍ଚଳ ଗସ୍ତକରି କଂଗ୍ରେସ ଦ୍ଵାରା ଆୟୋଜିତ ମହା ରିଲିଫ ବଣ୍ଟନ କାର୍ଯ୍ୟରେ ପ୍ରତକ୍ଷରୂପେ ସାମିଲ ହୋଇଥିଲେ l
ପ୍ରଭାବିତ ଲୋକଙ୍କ ସମସ୍ୟା ସବୁ ପଚାରି ବୁଝିଥିଲେ ତଥା ବନ୍ୟା ଭାସିଯାଇ ମୃତ୍ୟୁବରଣ କରିଥିବା ବାଳକର ପରିବାରଙ୍କୁ ଭେଟି କଂଗ୍ରେସ ଦଳ ତରଫରୁ 10 ହଜାର ଟଙ୍କା ସହଯୋଗ କରିଥିଲେ l
ବନ୍ୟାଞ୍ଚଳ ପରିଦର୍ଶନ ଓ ରିଲିଫ କାର୍ଯ୍ୟ ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ସରକାରଙ୍କୁ ଘୋର ସମାଲୋଚନା କରି କହିଥିଲେ ଯେ, ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି l
ଯେଉଁ ସରକାର ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତି ବୈଠକଟିଏ କରିବାକୁ ଅକ୍ଷମ, ସେଇ ସରକାରଙ୍କ ଠାରୁ ଅଧିକ କଣ ଆଶା କରାଯାଇ ପାରିବ l ପାଣିପାଗ ଆଗୁଆ ସୂଚନା ପାଇବା ସତ୍ୱେ ଚୁପପଡି ରହିବା ବଡ଼ ଆଶ୍ଚର୍ଯ୍ୟ ବିଷୟ l ପ୍ରାକୃତିକ ବିପର୍ଯୟ ମୁକାବିଲା ସରକାରଙ୍କ ମନୋବୃତ୍ତି ନାହିଁ l
ନଦୀ ମୁହାଣ ଗୁଡିକ ପୋତି ହୋଇଗଲାଣି l ଚେକଡେମ, ବ୍ୟାରେଜ ନିର୍ମାଣ ଶୂନ l ନଦୀକୂଳ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଧୋଇଯାଇ ଘେରି ସୃଷ୍ଟି ହେଉଛି l
ବନ୍ୟାଗ୍ରସ୍ତ ହୋଇ ହଜାର ହଜାର ଲୋକ ବେଘର, ଅଖିଆ ଅପିଆ ରହିବା ସତ୍ୱେ ସରକାରଙ୍କ ନିଦ ଭାଙ୍ଗୁନି l ସରକାରୀ ସାହାଯ୍ୟ ସହଯୋଗ ସମୁଦ୍ରକେ ଶଙ୍ଖେ ପାଣି ସଦୃଶ ହେଉଛି l ଏହା ଏଭଳି ଏକ ସରକାର ଯିଏ ପ୍ରତ୍ୟେକ କ୍ଷେତ୍ର ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଆଦି କ୍ଷେତ୍ରରେ ବିଫଳ ପ୍ରମାଣିତ l
ବିପର୍ଯୟ ସମୟରେ ସହଯୋଗ ଏକ ମାନବୀୟ ଧର୍ମ କିନ୍ତୁ ଏଇ ସରକାରଙ୍କ ପାଖରେ ସାମାନ୍ୟ ମାନବିକତା ମଧ୍ୟ ନାହିଁ l କଂଗ୍ରେସ ଦଳ ସବୁବେଳେ ଜନତାଙ୍କ ପାଖରେ ଅଛି l ଧର୍ମ ବର୍ଣ ଜାତି ନିର୍ବିଶେଷରେ କଂଗ୍ରେସ ସମସ୍ତଙ୍କ ଦୁର୍ଦଶା ସମୟରେ ଆସି ପହଞ୍ଚେ l
ଏଇ ବନ୍ୟା ବିଭୀଷିକା ପାଇଁ କଂଗ୍ରେସ ପକ୍ଷରୁ ମହା ରିଲିଫ ଅଭିଯାନ ଆରମ୍ଭ ହୋଇ 4 ଗୋଟି ବନ୍ୟା ପ୍ରଭାବିତ ଅଞ୍ଚଳକୁ ନିଜ ସାମର୍ଥ୍ୟ ଅନୁସାରେ ଦଳ ରିଲିଫ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି l
କଂଗ୍ରେସ କର୍ମୀ ନିଜ ପରିବାରରୁ ଦୂରରେ ରହି ବନ୍ୟା ବିପନ୍ନଙ୍କ ସହାୟତା ପାଇଁ 24 ଘଣ୍ଟା ନିଜକୁ ସମର୍ପଣ କରିଛନ୍ତି l
ଶ୍ରୀ ଦାସ ପୁଣି କହିଛନ୍ତି ଯେ, ସରକାର ଅତିଶୀଘ୍ର ବିପନ୍ନଙ୍କୁ ସମ୍ପୂର୍ଣ ସହାୟତା ପ୍ରଦାନ କରୁ l
ଚାଷଜମି, ଘର, ଗୋରୁଗାଇ ଆଦିର କ୍ଷୟକ୍ଷତି ଆକଳନ କରି ସରକାରୀ ସୁବିଧା ପ୍ରଦାନ କରିବା ସହ ଭାଷିଯାଇଥିବା ବ୍ୟକ୍ତିର ପରିବାରଙ୍କୁ ସରକାର ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରୁ ବୋଲି ଦାବୀ କରିଛନ୍ତି l
ଦଶରଥପୁର ଓପିସିସି ସଭାପତିଙ୍କ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି, ଜେନା, ସୁଧାଂଶୁ ଦେଓ, ସନ୍ତୋଷ ନନ୍ଦ, ସୁଦୀପ କର, ଚନ୍ଦ୍ର ଦାସ, ଚନ୍ଦ୍ରଶେଖର ସାହୁ, ଏକାଦଶୀ ତ୍ରିପାଠୀ, ବିଦ୍ୟାଧର ଜେନା, ଲିପିକା ମଲ୍ଲିକ, ଅନୁପମ ମଲ୍ଲିକ ଓ ସେବାଦଳର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l