ଆଇକନିକ ଓଏଭିରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ...

Aug 12, 2026 - 18:39
 3
ଆଇକନିକ ଓଏଭିରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ...

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ନୂଆଦିଲ୍ଲୀ (ସିବିଏସଇ) ଦ୍ୱାରା ଅନୁବନ୍ଧିତ ଓଡ଼ିଶା ସରକାରଙ୍କ ଇଂରାଜୀ ମାଧ୍ୟମିକ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନ୍ଧାରୁଆ, ଭୁବନେଶ୍ୱରର ଏକାଦଶ ଶ୍ରେଣୀର ୫୦୦ଟି ସିଟ୍‌ରେ ନାମଲେଖା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି । 

ଅନ୍ଧାରୁଆ ଓ ଖୋର୍ଦ୍ଧା ଜିଲ୍ଲାର ଶିଆଳିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ଥାପିତ ଦୁଇଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରାଜ୍ୟର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୫୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଉତ୍ସାହର ସହ ପରୀକ୍ଷା ଦେଇଛନ୍ତି ।

ଆଧୁନିକ ଭିତ୍ତିଭୂମି, କେନ୍ଦ୍ରୀୟ ବାତାନୁକୂଳିତ ଶ୍ରେଣୀଗୃହ, ଦକ୍ଷ ଶିକ୍ଷକମଣ୍ଡଳୀ, ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ବିଶେଷ କୋଚିଂ, ସୁବ୍ୟବସ୍ଥିତ ଛାତ୍ରାବାସ ଓ ଉଚ୍ଚମାନର ଖାଦ୍ୟ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ମେଧାବୀ ଛାତ୍ରଛାତ୍ରୀଙ୍କ ପସନ୍ଦର ଶିକ୍ଷାକେନ୍ଦ୍ରରେ ପରିଣତ କରିପାରିଛି । 

ଶିକ୍ଷା ସହିତ ଖାଦ୍ୟ, ୟୁନିଫର୍ମ ଓ ଆବାସ ସମେତ ସମସ୍ତ ସୁବିଧା ନିଃଶୁଳ୍କ ମିଳୁଥିବାରୁ ମେଧାବୀ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚମାନର ଶିକ୍ଷାର ସୁଯୋଗ ପାଉଛନ୍ତି ।

ଏହାର ପ୍ରଭାବ ବିଦ୍ୟାର୍ଥୀଙ୍କ ସଫଳତାରେ ମଧ୍ୟ ପ୍ରତିଫଳିତ ହେଉଛି । 

ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ ସହ ଚଳିତ ବର୍ଷ ୪୦ରୁ ଅଧିକ ବିଦ୍ୟାର୍ଥୀ ସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟ ହୋଇଥିବା ବେଳେ ୧୪୪ ଜଣ ଜେଇଇ ମେନ୍ ଓ ୨୨ ଜଣ ଜେଇଇ ଆଡଭାନ୍ସ ପରୀକ୍ଷାରେ ରେ ସଫଳତା ହାସଲ କରିଛନ୍ତି ।