ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ...
ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ...
ସାରା ରାଜ୍ୟରେ ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସେ କହିଛନ୍ତି ଯେ, ବିଜୁ ବାବୁଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ତାଙ୍କ ଜୀବନ ଥିଲା ସଙ୍ଘର୍ଷ ପୂର୍ଣ୍ଣ। ସମ୍ମାନ ଓ ସ୍ୱାଭିମାନ ସହିତ ସେ କେବେ ସାଲିସ କରିନଥିଲେ।
ସେବା ସହିତ ବିକାଶକୁ ପ୍ରାଥମିକତା ଦେଇ ଆସିଥିଲେ। ବିଜୁ ବାବୁ ଅନେକ ସ୍ୱପ୍ନ ଦେଖଛନ୍ତି
ଯାହା ଆଜି ବି ଅଧୁରା ରହିଛି। ଆମ ସରକାର ତାଙ୍କ ସ୍ୱପ୍ନକୁ ପୂରଣ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ।