ଓଡ଼ିଶା ଗ୍ରାମୀଣ ପ୍ରଗତିର ନୂଆ କେନ୍ଦ୍ରସ୍ଥଳ
ଓଡ଼ିଶା ଗ୍ରାମୀଣ ପ୍ରଗତିର ନୂଆ କେନ୍ଦ୍ରସ୍ଥଳ: SIRD&PR ପରିସରରେ ୩୨ କୋଟିର ଅତ୍ୟାଧୁନିକ ଅଡିଟୋରିୟ ରିୟମର ଶିଳାନ୍ୟାସ କଲେ ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଶ୍ରୀ ରବି ନାରାୟଣ ନାଏକ
୪୫୦ ଆସନ ବିଶିଷ୍ଟ ଏହି ଅଡିଟୋରିୟମ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ପାଇଁ ମାଧ୍ଯମ ସାଜିବ
ନିର୍ବାଚିତ ଜନପ୍ରତିନିଧ ନିଧୂ ଓ ସରକ ରକାରୀ ଅଧିକାରୀମାନେ ପାଇବେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ
୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ଶାସନ ସଂସ୍କାରକୁ କରିବ ସୁଦୃଢ଼
ଓଡ଼ିଶାର ତୃଣମୂଳ ପ୍ରଶାସନ ଓ ନେତୃତ୍ଵ ବିକାଶ କ୍ଷେତ୍ରରେ ଆଜି ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧୂକ ସଶକ୍ତି, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ବରସ୍ଥିତ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରରେ ସ୍ଥାପନା ହୋଇଛି ଏକ ଭବ୍ୟ ୪୫୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡି ଅଡିଟୋରିୟମର ଶୁଭ ଭିତ୍ତିପ୍ରସ୍ତର ହାଇଛି। ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଶ୍ରୀ ରବି ନାରାୟଣ ନାଏକ ଏ ଶିଳାନ୍ୟାସ କରିଛନ୍ତି। ତ୍ୟାଧୁନିକ ଅଡିଟୋରିୟମର ଶିଳାନ୍ୟ ଏହି
ଗ୍ରାମୀଣ ରୂପାନ୍ତରଣର ନୂଆ ପ୍ରାଣକେନ୍ଦ୍ର
ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତା ଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତି, "ଆମ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ଆମ ଗାଁ ଗାଁର ପ୍ରଗତିରେ ହିଁ ରାଜ୍ୟର ଉନ୍ନତି ନିହିତ। ଆଜି ଯେଉଁ ୪୫୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ତ୍ୟାଧୁନିକ ଅଡିଟୋରିୟମର ଅ ଶିଳାନ୍ୟାସ ହେଲା, ତାହା କେବଳ ଇଟା-ସିମେଣ୍ଟର ଚାରିକାନ୍ଥ ବିଶିଷ୍ଟ ଏକ କୋଠା ନୁହେଁ; ବରଂ ଏହା ଓଡ଼ିଶାର ତୃଣମୂଳ ଶାସନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଏକ ଜୀବନ୍ଧ ମାଧ୍ଯମ ସାଜିବ। ଏହା ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ଜ୍ଞାନର ଆଲୋଚନା ଏବଂ ପ୍ରତିଷ୍ଠାନିକ ଦକ୍ଷତା ବୃଦ୍ଧିର ଏକ ସମୃଦ୍ଧ ମହାମିଳନ ସୁଳ ହେବ। ଆମର ନିର୍ବାଚିତ ଜନପ୍ରତିନିଧୂ ଓ ସରକାରୀ ଅଧିକାରୀମାନେ ଏଠାରୁ ଉଚ୍ଚସ୍ଵରୀୟ ପ୍ରଶିକ୍ଷଣ ନେଇ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ପାଇଁ ନୂତନ ଦିଶା ପାଇବେ।"
ବିଭାଗ ପାଇଁ ସାଜିବ ମାଇଲଖୁଣ୍ଟ
୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରସ୍ତାବିତ ଅଡିଟୋରିୟମ ଆଗାମୀ ଦିନରେ ବିଭାଗ ପାଇଁ ଏକ ମାଇଲଖୁଣ୍ଡ ଭାବେ ପରିଗଣିତ ହେବ। ଏଠାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (LSDGs), ପଞ୍ଚାୟତ ଅଗ୍ରଗତି ସୂଚକାଙ୍କ (PGI), ସୁଶାସନ, ଡିଜିଟାଲ୍ ଗଭର୍ଣ୍ଣାନ୍ଧ, ମହିଳା ନେତୃତ୍ବ, ସାମାଜିକ ଅନୁର୍ଭୁକ୍ତିକରଣ, ଜଳ ଓ ପରିମଳ, ଭିବି-ଜି ରାମ ଜି ଏବଂ କେନ୍ଦ୍ର ତଥା ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉଚ୍ଚସ୍ତରୀୟ କର୍ମଶାଳା, ରାଜ୍ୟସ୍ତରୀୟ ସମ୍ମିଳନୀ ଓ ସେମିନାର ଆୟୋଜନ କରାଯିବ।
ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଓ ଅତ୍ୟାଧୁନିକ ବ୍ୟବସ୍ଥା
ଏହି ନୂତନ ଅଡିଟୋରିୟମରେ ଅଡିଓ-ଭିଜୁଆଲ ଡକ୍ୟୁମେଣ୍ଡାରୀ ପ୍ରଦର୍ଶନ, ସାଂସ୍କୃତିକ ଓ ବିଷୟଭିତ୍ତିକ କାର୍ଯ୍ୟକ୍ରମ, ଆନ୍ତଃ-ବିଭାଗୀୟ ସମୀକ୍ଷା ବୈଠକ ଏବଂ ପଞ୍ଚାୟତିରାଜ ସମ୍ପର୍କିତ ନୂତନ ଜ୍ଞାନକୌଶଳର ପ୍ରଦର୍ଶନୀ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ, ଯାହା SIRD&PRର ପ୍ରଶିକ୍ଷଣ ବ୍ୟବସ୍ଥାକୁ ବିଶ୍ବସ୍ତରୀୟ କରିବ। ଏହି ମଞ୍ଚରେ ତୃଣମୂଳ ସ୍ତିରର ନିର୍ବାଚିତ ପ୍ରତିନିଧ୍ବ, ପ୍ରଶାସନିକ ଅଧୂକାରୀ, ଗୋଷ୍ଠୀ ଭିତ୍ତକ ଅନୁଷ୍ଠାନ ଓ ତୃଣମୂଳ ସ୍ତରୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଅଭିଜ୍ଞତା ବିନିମୟ ହୋଇପାରିବ, ଯାହା ଶାସନ ସଂସ୍କାରର ବାର୍ତ୍ତାକୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବ।
ମନ୍ତ୍ରୀ ପୁନଶ୍ଚ ନିଜ ବିବୃତ୍ତର କହିଛନ୍ତି ଯେ, ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ କେବଳ ଏକ କୋଠାର ଶୁଭାରମ୍ଭ ନୁହେଁ, ବରଂ ଓଡ଼ିଶାର ପ୍ରତିର୍ଟି ଗ୍ରାମ ପଞ୍ଚାୟତକୁ ସ୍ବାବଲମ୍ବୀ ଓ ସଶକ୍ତି କରିବା ଦିଗରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବରେ ନିଆଯାଇଥିବା ଏକ ବଳିଷ୍ଠ ପ୍ରୟାସ। ଏହି ଅଡିଟୋରିୟମ ଆଗାମୀ ଦିନରେ ଶିକ୍ଷଣ ଏବଂ ପ୍ରଶାସନିକ ଉତ୍କର୍ଷତାର ଏକ ନୂତନ ମାଇଲଖୁଣ୍ଟ ସାଜିବ।
ଏହି ଭିତ୍ତିପ୍ରସ୍ତର ସ୍ଥାପନାର ଶୁଭାବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ, ଏନ., ନିର୍ଦ୍ଦେଶକ, ପାନୀୟ ଜଳ ଓ ପରିମଳ ଶ୍ରୀ ଭିନୀତ ଭରଦ୍ବାଜ, ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ନିର୍ଦ୍ଦେଶକ, SIRD&PR ଶ୍ରୀମତୀ ମଧୁସ୍ମିତା ସାମଲ, ନିର୍ଦ୍ଦେଶକ ପଞ୍ଚାୟତିରାଜ ଶ୍ରୀ ଇନ୍ଦ୍ରମଣି ନାୟକ, ମୁଖ୍ୟ ଯନ୍ତ୍ରୀ (ଗୃହ ନିର୍ମାଣ) ଶ୍ରୀ ପ୍ରିୟବ୍ରତ ସାମନୁରାୟ ଏବଂ ବିଭାଗୀୟ ଅନ୍ୟନ୍ୟ ପଦାଧୂକାରୀ ଉପସ୍ଥିତ ଥିଲେ।