ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ପାଳିତ...

Aug 9, 2026 - 18:59
 3
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ପାଳିତ...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ଅଗଷ୍ଟ-୯ କ୍ରାନ୍ତି ଦିବସ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । 

ଏହି ଉପଲକ୍ଷେ ସକାଳେ କଳ୍ପନା ଛକ ରାଜ୍ୟ ସଂଗ୍ରହାଳୟ ସମ୍ମୁଖସ୍ଥ ସହୀଦ ସ୍ମୃତି ସ୍ତମ୍ବରେ ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । 

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମ ଚନ୍ଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, କୃଷ୍ଣଚନ୍ଦ୍ର ଶଗରିଆ, ଚିନ୍ମୟ ପ୍ରସାଦ ବେହୁରା, ବିଶ୍ୱଜିତ ଦାସ, ମାନସ ଆଚାର୍ଯ୍ୟ, ପ୍ରଣତୀ ମିଶ୍ର, ତରୁଣ ମିଶ୍ର, ସତ୍ୟବ୍ରତ ନାୟକ, ରାଜକିଶୋର ବାରିକ, ସୁଭାଷ ପ୍ରଧାନ, ଆଲୋକ ନନ୍ଦ, ଏମଡି ଶାହଦୁଲ୍ଲା, ଆଦିତ୍ୟ କିରଣ ନାଗ, ଉଷାରାଣୀ ବେହେରା, ମିହିର ଆଚାର୍ଯ୍ୟ, ଦୟାନିଧି ମହାପାତ୍ର, ଶିଶିର କୁମାର ମିଶ୍ର, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।