କୁକୁର ରଖୁଥିବା ଭୁବନେଶ୍ୱରବାସୀଙ୍କୁ ସତର୍କ ସୂଚନା...

Sep 1, 2026 - 21:31
 14
କୁକୁର ରଖୁଥିବା ଭୁବନେଶ୍ୱରବାସୀଙ୍କୁ ସତର୍କ ସୂଚନା...

ଭୁବନେଶ୍ୱର ସହରରେ କୁକୁର ପାଳୁଥିବା ମାଲିକଙ୍କୁ ଚେତାବନୀ ଦେଇଛନ୍ତି ମେୟର। 

ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ନଷ୍ଟ କରୁଥିବା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ମେୟର କହିଛନ୍ତି।

କୁକୁରକୁ ବାହାରକୁ ବୁଲାଇବା ସମୟରେ ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କରାଇଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସହରର ପାର୍କ, ରାସ୍ତା ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନର ସ୍ୱଚ୍ଛତା ବଜାୟ ରଖିବା ଦାୟିତ୍ୱ ସମସ୍ତଙ୍କର ବୋଲି ମେୟର ଅପିଲ୍ କରିଛନ୍ତି।

କୁକୁର ପାଳିବା ସମୟରେ ଅନ୍ୟ ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ମାଲିକମାନେ ସଚେତନ ରହିବାକୁ ମେୟର ପରାମର୍ଶ ଦେଇଛନ୍ତି। 

ଭୁବନେଶ୍ୱରକୁ ସ୍ୱଚ୍ଛ, ସୁନ୍ଦର ଓ ଶୃଙ୍ଖଳିତ ସହର ଭାବେ ରଖିବା ପାଇଁ ନାଗରିକଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।