ଲୋକଙ୍କ ସରକାର ଆରମ୍ଭ କଲେ "ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା"...
ଆଜି ତା ୨୪.୧୨.୨୦୨୫ ରିଖରେ ଆୟୋଜିତ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ନିଆଯାଇଥୁବା ନିଷ୍ପତ୍ତା କ୍ରମେ ଓଡ଼ିଶାର ବରପୁତ୍ର, ସ୍ବାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ୍ ବ୍ୟକ୍ତିତ୍ବ, ଯେଉଁମାନେ ଯେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତ୍ୟିକ ପରିବେଶକୁ ଗଢ଼ିଥିଲେ, ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କର ସ୍ମୃତିକୁ ପରପିଢି ପାଇଁ ସାଇତି ରଖୁବାର ଆବଶ୍ୟକତା ରହିଛି । ସେମାନଙ୍କର ସାହସ, ସଂକଳ୍ପ ଏବଂ ଦୃଷ୍ଟି ଷ୍ଟିକୋଣ ଓଡ଼ିଆ ଜାତିର ସ୍ବାଧୀନତା ଓ ସାର୍ବଭୌମତ୍ବ ପାଇଁ ଭିତ୍ତ ତିଆରି କରିଥିଲା । ଓଡ଼ିଶାର ବରପୁତ୍ର ତଥା ସ୍ବାଧୀନତା ସେନାନୀମାନ ନାନୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନିତ କରିବା ଦ୍ବାରା ସେମାନଙ୍କର ବଳିଦାନକୁ ସ୍ବୀକୃତି ମିଳିଥାଏ ଓ ନାଗରିକମାନେ ସେ ସେମାନଙ୍କର ମୂଲ୍ୟବୋଧ ଓ ସିଦ୍ଧାନ୍ତିକୁ ଅନୁସରଣ କରି ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ ହୁଅନ୍ତି । ସେମାନଙ୍କର ଅବଦାନ ପରପିଢିକୁ ପ୍ରେରିତ ଓ ଅନୁପ୍ରାଣିତ କରିବା ପାଇଁ ସେମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖୁବାର ଆବଶ୍ୟକତାକୁ ଗୁରୁତ୍ବପୂର୍ଣ୍ଣ ମନେକରି ରାଜ ଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା' ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି ।
ଏହି ଯୋଜନା ଅଧୀନରେ ନିମ୍ନ ଲିଖୂତ ପଦକ୍ଷେପମାନ ଗ୍ରହଣ କରାଯିବ ।
୧. ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ ।
୨. ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ ।
୩. ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି/ସ୍ମାରକୀ ସ୍ଥାପନ କରାଯିବ ।
୪ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ ।
୫. ବରପୁତ୍ରମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ ।
ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ନିମନ୍ତେ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଅଛି । ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ସର୍ବାଧୂକ ୧୫ କୋଟି ଟଙ୍କା ପର୍ଯ୍ୟନ୍ଧୁ ଖର୍ଚ୍ଚ କରାଯି ରାଯିବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ସର୍ବାଧୂକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଯଦି ସରକାର ଯଥାର୍ଥତା ଅନୁଭବ କରନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବରପୁତ୍ରମାନଙ୍କୁ ଚୟନିତ କରି ପ୍ରତେ ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ଅର୍ଥରାଶି ପ୍ରଦାନ କରାଯିବ । ଏହା ପ୍ରତିବର୍ଷ ରାଜ୍ୟ ରାଜ୍ୟ ବଜେଟରେ ସ୍ଥାନିତ କରାଯିବ