ଡ଼. ଅଚ୍ୟୁତ ସାମନ୍ତଙ୍କ ବକ୍ତବ୍ୟ ସମାଜ ପାଇଁ ଭିନ୍ନ...
ଅଚ୍ୟୁତ ସାମନ୍ତଙ୍କ 'ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ' ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ ।
ମୁଁ ଏହି କଥାକୁ ଗ୍ରହଣ କରି ପାରୁନି ।
ଭିନ୍ନକ୍ଷମ ହେଲେ ମଧ୍ୟ ସମସ୍ତଙ୍କୁ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ଦେବା ଉଚିତ୍ ।
ସାଧାରଣ ଲୋକଙ୍କ ଭଳି କିପରି ଜୀବନ ଯାପନ କରିବେ ତାହା କରିବା କଥା ।
ସେମାନନଙ୍କୁ ସହାନୁଭୂତି ଦେଖାଇବା କଥା ।
ଏଭଳି ମନ୍ତବ୍ୟ ଦେବା ସମାଜ ପାଇଁ ଠିକ୍ ନୁହେଁ ।
ଅଚ୍ୟୁତ ସାମନ୍ତଙ୍କ ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାନକ ବୋଲି କହିଲେ ପ୍ରଫେସର ପ୍ରତାପ ରଥ ।
ଏଭଳି ମନ୍ତବ୍ୟ ସମ୍ବିଧାନ ବିରୋଧୀ, ଧର୍ତ୍ତବ୍ୟ ଅପରାଧ ଏବଂ ନିହାତି ଅରୁଚିକର ।
ପୂର୍ବ ଜନ୍ମ, ପର ଜନ୍ମ ବୋଲି କିଛି ନାହିଁ ।
ଓପନ ଲର୍ଣ୍ଣିଂ ଜରିଆରେ ୪୦ ବର୍ଷ ହେଲା ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରୁଛି ବୋଲି ସେ କହିଥିଲେ |
ଯିଏ ଏପରି ଅରୁଚିକର ମନ୍ତବ୍ୟ ଦେଉଛି, ତାଙ୍କୁ ମୁଁ ଶିକ୍ଷାବିତ କହି ପାରିବି ନାହିଁ ।
ପିଲାମାନଙ୍କ ପାଇଁ ସ୍କୁଲ କରି ଏପରି ଅରୁଚିକର ମନ୍ତବ୍ୟ ଦେବା ଧର୍ତ୍ତବ୍ୟ ଅପରାଧ ।
ପ୍ରତ୍ୟେକଙ୍କୁ ଆତ୍ମ ସମ୍ମାନର ସହ ବଞ୍ଚିବା ପାଇଁ ସମ୍ବିଧାନ ଅଧିକାର ଦେଇଛି ।
କୌଣସି ବାପା ମାଆ ଏପରି ଅରୁଚିକର ମନ୍ତବ୍ୟକୁ ଗୁରୁତ୍ୱ ନ ଦେବାକୁ ସେ ବାରଣ କରିଥିଲେ |