ପାର୍ବଣ ପାଇଁ ପୋଲିସ କମିସନର ଜାରିକଲେ ନିର୍ଦେଶନାମା (ଟ୍ୱିନ ସିଟିକୁ)...

Oct 19, 2026 - 12:44
 9
ପାର୍ବଣ ପାଇଁ ପୋଲିସ କମିସନର ଜାରିକଲେ ନିର୍ଦେଶନାମା (ଟ୍ୱିନ ସିଟିକୁ)...

ଟ୍ବିନ ସିଟିରେ ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ। 

ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ। 

ପୋଲିସର କାମ ସୁରକ୍ଷା ପ୍ରଦାନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ। କିନ୍ତୁ ପୂଜା ଆୟୋଜନରେ ପୂଜା କମିଟିଗୁଡିକ ସମ୍ପୂର୍ଣ୍ଣ ଉତ୍ତରଦାୟୀ। 

ସିସିଟିଭି ଲଗାଇବା, ସ୍ବେଚ୍ଛାସେବୀ ନିୟୋଜିତ କରିବା ଓ ପର୍ଯ୍ୟପ୍ତ ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ରଖିବା ଦାୟିତ୍ବ ପୂଜା କମିଟିର କାମ।

ଏଥିରେ ୧ ପ୍ରତିଶତ ମଧ୍ୟ ଖିଲାପ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାନବୀ ଦେଇଛନ୍ତି ପୋଲିସ କମିଶନର। 

କହିଛନ୍ତି, କଟକ-ଭୁବନେଶ୍ୱରରେ ୧୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ​ମଣ୍ଡପଗୁଡ଼ିକ ପାଇଁ ସୁରକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ​

ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। 

ବିଶେଷକରି ମଣ୍ଡପଗୁଡ଼ିକର ଗଠନମୂଳକ ନିରାପତ୍ତା , ବିଦ୍ୟୁତ ସୁରକ୍ଷା ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।