ପ୍ରକୃତରେ, ଜୀବନ ବଦଳାଇବା ପାଇଁ ସର୍ବଦା ନୂଆ ପରିସ୍ଥିତି କିମ୍ବା ନୂଆ ଜୀବନର ପ୍ରୟୋଜନ ନଥାଏ |

ବରଂ ନିଜର ବର୍ତ୍ତମାନକୁ ଏକ ଆତ୍ମିକ ଏବଂ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାର ଆବଶ୍ୟକତା ଥାଏ।

Oct 1, 2026 - 12:08
 3
ପ୍ରକୃତରେ, ଜୀବନ ବଦଳାଇବା ପାଇଁ ସର୍ବଦା ନୂଆ ପରିସ୍ଥିତି କିମ୍ବା ନୂଆ ଜୀବନର ପ୍ରୟୋଜନ ନଥାଏ |

ଯାହା ଆମ ପାଖରେ ନିରନ୍ତର ରହିଛି, ସେଥିରେ ଆମେ ଏତେ ସହଜ ଆଉ ଅଭ୍ୟସ୍ତ ହୋଇଯାଉ ଯେ, ସେହି ବରଦାନଗୁଡ଼ିକର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଏବଂ ତାହାରି ମୂଲ୍ୟ ଆମକୁ ଆଉ ପୂର୍ବପରି ଦେଖାଯାଏ ନାହିଁ....।

ଆଜି କିଛି ମୁହୂର୍ତ୍ତକ ପାଇଁ ନିଜ ସାଧନାରେ ଅଟକି ଯାଆନ୍ତୁ...

ନିଜର ସମ୍ପର୍କୀୟ ତଥା ପ୍ରିୟଜନମାନଙ୍କୁ ଆତ୍ମିକ ନିର୍ମଳତାର ସହ ନିରୀକ୍ଷଣ କରନ୍ତୁ...।
ପରମାତ୍ମାଙ୍କର ସେହି ଅମୂଲ୍ୟ ସାନ୍ନିଧ୍ୟ ଅବା କୃପାକୁ ଅନ୍ତରରୁ ସ୍ମରଣ କରନ୍ତୁ...।
ଏବଂ ସେହି ପ୍ରତିଟି ସୂକ୍ଷ୍ମ ଅନୁଗ୍ରହ ଅଥବା ସୁବିଧାଗୁଡ଼ିକୁ ଅନୁଭବ କରନ୍ତୁ, ଯାହା ନୀରବରେ ଆପଣଙ୍କ ପ୍ରତିଦିନର ଯାତ୍ରାକୁ ସୁଗମ କରୁଛନ୍ତି...

ଜୀବନକୁ ସାର୍ଥକ ଏବଂ ସୁନ୍ଦର କରିବାର ସମସ୍ତ ମହଙ୍ଗା ସାମଗ୍ରୀ ପୂର୍ବରୁ ହିଁ ଆମ ନିକଟରେ ବିଦ୍ୟମାନ। କେବଳ ଆମ ଅନ୍ତର୍ଦୃଷ୍ଟିକୁ ସାଧନା ମାଧ୍ୟମରେ ଜାଗ୍ରତ କରି ସେଗୁଡ଼ିକୁ ଚିହ୍ନିବାକୁ ପଡ଼ିବ।*