ବିଜେପି ତାର କର୍ମୀଙ୍କ ସହିତ ଯୋଗାଯୋଗ ବୃଦ୍ଧି ଦିଗରେ ନୂଆ ବାଟ ଆପଣଉଛି...

Oct 18, 2026 - 08:51
 11
ବିଜେପି ତାର କର୍ମୀଙ୍କ ସହିତ ଯୋଗାଯୋଗ ବୃଦ୍ଧି ଦିଗରେ ନୂଆ ବାଟ ଆପଣଉଛି...

ବିଜେପି ମୁଖ୍ୟାଳୟରେ ଏବେ ପ୍ରତିଦିନ ହେବ କାର୍ଯ୍ୟକର୍ତ୍ତାଙ୍କ ଜନଶୁଣାଣି |

ଭାରତୀୟ ଜନତା ପାର୍ଟି ସଂଗଠନ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ।

ବିଜେପିର ଜାତୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କ ମାର୍ଗଦର୍ଶନରେ ଜାତୀୟ ମହାସଚିବ ଶ୍ରୀ ତରୁଣ ଚୁଘ ଏକ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି । 

ଏହି ବ୍ୟବସ୍ଥା ଅନୁଯାୟୀ, ଏବେ ବିଜେପି ମୁଖ୍ୟାଳୟରେ ପ୍ରତିଦିନ କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା ଶୁଣିବା ପାଇଁ ଜନଶୁଣାଣି ଆୟୋଜନ କରାଯିବ ।

ଏହି ବ୍ୟବସ୍ଥା ଅନୁସାରେ, ଜାତୀୟ ପଦାଧିକାରୀମାନେ ପ୍ରତିଦିନ ନିର୍ଦ୍ଧାରିତ ଦାୟିତ୍ୱରେ ରହି କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା, ପରାମର୍ଶ ଓ ଅଭିଯୋଗକୁ ସିଧାସଳଖ ଶୁଣିବେ ।

ଦଳର ବିଶ୍ୱାସ ଯେ, ଏହି ପଦକ୍ଷେପ ଦ୍ୱାରା କାର୍ଯ୍ୟକର୍ତ୍ତା ଓ ଶୀର୍ଷ ନେତୃତ୍ୱ ମଧ୍ୟରେ ସିଧାସଳଖ ଯୋଗାଯୋଗ ଆହୁରି ମଜବୁତ ହେବ ଏବଂ ସାଂଗଠନିକ କାର୍ଯ୍ୟଧାରା ଅଧିକ ସୁଦୃଢ଼ ହେବ ।