ରାହୁଳ ଗାନ୍ଧୀଙ୍କ 56 ତମ ଜନ୍ମଦିନ ପାଳିତ...
ରାହୁଳ ଗାନ୍ଧୀଙ୍କ 56 ତମ ଜନ୍ମଦିନ ପାଳିତ...
ଗାନ୍ଧୀ ନେହେରୁ ପରିବାର ଦ୍ୱାରା ଦେଶ କବଳିତ ନୁହେଁ ବରଂ ଦେଶବାସୀଙ୍କ ପ୍ରେମ ଦ୍ୱାରା ଗାନ୍ଧୀ ନେହେରୁ ପରିବାର କବଳିତ*
ଜନନେତା ତଥା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ 56 ତମ ଜନ୍ମଦିନ ଉତ୍ସବ ଆଜି କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଏକ ବୌଦ୍ଧିକ ପରିବେଶରେ ପାଳିତ ହୋଇଯାଇଛି l
ରାହୁଳ ଗାନ୍ଧୀଙ୍କ ଜନ୍ମ ଉତ୍ସବ ପରିପେକ୍ଷୀରେ 'ନ୍ୟାୟ ଓ ସମାନତାର ସ୍ୱର : ରାହୁଳ ଗାନ୍ଧୀ' ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l
ବିଶିଷ୍ଟ ସାମ୍ବାଦିକ ନଳିନୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବକ୍ତା ରୂପେ ବିଶିଷ୍ଟ ଗବେଷକ ଓ ଶିକ୍ଷାବିତ ସତ୍ୟ ନାରାୟଣ ସାହୁ, ବିଶିଷ୍ଟ ଆଇନଜୀବୀ ପରେଶ ଦାସ, ପ୍ରଖ୍ୟାତ ସାମ୍ୱାଦିକ କେଦାର ମିଶ୍ର ଏବଂ ବିଶିଷ୍ଟ ସାମ୍ବାଦିକ ରାଜେଶ ମହାପାତ୍ର ଯୋଗଦେଇ ରାହୁଳ ଗାନ୍ଧୀଙ୍କ ନେତୃତ୍ୱ, ବିଚାରଧାରା ଓ ସାମ୍ପ୍ରତିକ ଅବକ୍ଷୟ ରାଜନୀତି ଉପରେ ନିଜର ଗଭୀର ବିସ୍ଲେସଣାତ୍ମକ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ,
ବକ୍ତାଗଣ କହିଥିଲେ, ବର୍ତ୍ତମାନର ଶାସନ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ମୂଲ୍ୟବୋଧକୁ ନଷ୍ଟ କରିଦେଲେଣି ଏବଂ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ସରକାର ଆରଏସଏସ ଚିନ୍ତାଧାରା ଅନୁଯାୟୀ ବର୍ତ୍ତମାନ ସାମ୍ବିଧାନିକ ସଂସ୍ଥା ମାନଙ୍କୁ ମଧ୍ୟ କରାଗତ କରିବାର ଉଦ୍ୟମ ଆରମ୍ଭ କରି ଦେଇଛି l
ଗାନ୍ଧୀ ନେହେରୁ ଦେଶକୁ କବଳିତ କରିନାହାନ୍ତି ପ୍ରକୃତପକ୍ଷେ ଦେଶବାସୀ ଗାନ୍ଧୀ ନେହେରୁଙ୍କ ଆଦର୍ଶ ଓ ବିଚାରକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି l
କୋଟରେ ଛାତ୍ରଙ୍କ ମନୋବଳ ବୃଦ୍ଧି କରି ପ୍ରତିରୋଧ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ରାହୁଳ ଗାନ୍ଧୀଙ୍କ ସର୍ବୋତ୍ତମ ଆଦର୍ଶ ଗୁଣକୁ ପ୍ରଦର୍ଶିତ କରୁଛି l
ଆଜିର ଜେନଜିଙ୍କୁ ହିନ୍ଦୁ ମୁସଲିମ ରାଜନୀତି କିମ୍ବା ବିଚାରଧାରାର ଆବଶ୍ୟକତା ନାହିଁ ତାଙ୍କୁ ଉଜ୍ଜଳ ଭବିଷ୍ୟତ ଗଢିବାକୁ ଉତ୍ତମ ସୁଯୋଗ ଦରକାର l
ପ୍ରଶ୍ନପତ୍ର ପ୍ରଘଟ ସାରା ଛାତ୍ର ସମାଜର ମନୋବଳକୁ ଦୋହଲାଇ ଦେଇଛି l ଛାତ୍ର ଆଜି ନିଜ ଭବିଷ୍ୟତ ନେଇ ଆଶଙ୍କିତ l
ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ରାହୁଳ ଗାନ୍ଧୀ ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼ି ଏକ ନ୍ୟାୟର ଯୋଦ୍ଧା ରୂପେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି l
ବର୍ତ୍ତମାନର ଏକଛତ୍ରବାଦୀ ସରକାରଙ୍କ ବିରୋଧରେ ରାହୁଳ ଗାନ୍ଧୀଙ୍କ ପ୍ରତିରୋଧ ଅଭିଯାନ ବେଶ ଗୁରୁତ୍ୱବହନ କରୁଛି ଏବଂ ଏହା ଭବିଷ୍ୟତରେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନ୍ୟାୟର ପୁନଃ ପ୍ରତିଷ୍ଠା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ l
ନ୍ୟାୟିକ, ଗଣମାଧ୍ୟମ ଓ ବିଧାନମଣ୍ଡଳ ଦ୍ୱାରା ପ୍ରତିରୋଧ କରାଯାଏ ଏବଂ ଏଥିପାଇଁ ବହୁତ କିଛି ବଳିଦାନ ଦେବାକୁ ପଡେ l ଏଥିପାଇଁ କଂଗ୍ରେସ ନେତୃବୃନ୍ଦ ପ୍ରସ୍ତୁତ କି ?
ଯଦି ପ୍ରସ୍ତୁତ ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ଆସିବ ବୋଲି ଆଜିର ଆଲୋଚନାରେ ପ୍ରକାଶ କରିବା ସହ ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଶ୍ରୀ ଗାନ୍ଧୀଙ୍କ ଉଜ୍ଜଳ ଭବିଷ୍ୟତ ଶୁଭେଚ୍ଛା ଜଣାଇଥିଲେ l
ଜନନାୟକ ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଉତ୍ସବକୁ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିଲେ ଲ
ଏହି କାର୍ଯ୍ୟକ୍ରମରେ ବିରୋଧି ଦଳର ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଫୁଲ ପ୍ରଧାନ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଗିରିଧର ଗମାଙ୍ଗୋ, ସନ୍ତୋଷ ସିଂ ସାଲୁଜା, ପ୍ରସାଦ ହରିଚନ୍ଦ୍ର, ଡ. ରାମଚନ୍ଦ୍ର ଖୁଣ୍ଟିଆ, ବିଜୟଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ପଟେଲ, ଶିବାନନ୍ଦ ରାୟ, ସିପ୍ରା ମଲ୍ଲିକ, ମିନାକ୍ଷୀ ବାହିନୀପତି, ରବୀନ୍ଦ୍ର କୁମାର ମଲ୍ଲିକ, ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ଦେବାଶିଷ ନାୟକ, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସୁଜିତ ପାଢ଼ୀ, ଅଭୟ ସାହୁ, ବିଷ୍ଣୁ ବାରିକ, ପ୍ରକାଶ ଜେନା, ସମୀର କୁମାର ରାଉତରାୟ, ସୁଦର୍ଶନ ଦାସ, ସତ୍ୟବ୍ରତ ପାତ୍ର, ସଶ୍ମିତା ବେହେରା, ସିଦ୍ଧାର୍ଥସ୍ୱରୂପ ଦାସ, ମନୋରଞ୍ଜନ ଦାସ, ପ୍ରଭାସକର ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ବରାଳ, ସେମ୍ ହେମ୍ବ୍ରମ୍, ବିଶ୍ୱଜିତ ମହାନ୍ତି, ପ୍ରକାଶ ମିଶ୍ର, ଅମ୍ବିକା ଭଟ୍ଟ, ପ୍ରତିମା ମଲ୍ଲିକ, ପ୍ରଶାନ୍ତ ଚମ୍ପତ୍ତି, ବୈଜୟନ୍ତିମାଳା ମହାନ୍ତି, ଦେବିପ୍ରସାଦ ନାୟକ, ଜିଆଉଲ୍ ହକ୍, ଅମିତା ବିଶ୍ୱାଳ, ସୋନାଲୀ ସାହୁ, ନିରୁପମା ପାତ୍ର, ତରୁଣ ମିଶ୍ର, ରଜନୀ ମହାନ୍ତି, ପ୍ରଦିପ୍ତ ଦାସ, ମିହିର ଆଚାର୍ଯ୍ୟ, ହଳଧର ସେଠୀ, ଲଲାଟେନ୍ଦୁ ଦାସ, ଛବିରାଜ ବିଶ୍ୱାଳ, ସ୍ୱାଗତିକା ପଟ୍ଟନାୟକ, ଲିଙ୍ଗରାଜ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଉଷାରାଣୀ ବେହେରା, ଜୟଶ୍ରୀ ପଟ୍ଟନାୟକ, ଜୟସ୍ମିତା ମହାନ୍ତି, ଆତ୍ମାରାମ ପତି, ମଧୁସ୍ମିତା ଆଚାର୍ଯ୍ୟ, ସିଲି ସେଠୀ, ବିଶ୍ୱକଲ୍ୟାଣୀ କର, ବିଜୟାନନ୍ଦ ଚାଉଳିଆ, ମିଲନ ପଟ୍ଟନାୟକ, ଆଲୋକ ମହାନ୍ତି, ଗୁରୁବକ୍ସ ସିଂ ଆଲୁୱାଲିଆ, ସତ୍ୟବ୍ରତ ନାୟକ, ନିରଞ୍ଜନ ନାୟକ, ଆଦିତ୍ୟ ନାଗ, ମାନସ କର, ମୋଟରାଜ ଡୁଙ୍ଗଡୁଙ୍ଗ, ପ୍ରଦିପ ମହାପାତ୍ର, ସୁବାସ ବିଶ୍ୱାଳ, ଉଷାରାଣୀ ବେହେରା, ନିରଞ୍ଜନ ସାମଲ, ତାପସ ସେଠୀ, ନିମାଇଁ ରାଉତରାୟ, ଅଭିଶେକ ଦଳବେହେରା, ପ୍ରମୋଦ ହେମ୍ବ୍ରମ୍ , ସିତିକଣ୍ଠ ମହାନ୍ତି, ଦେବାଶିଷ ଭୂୟାଁ, ସିତାକାନ୍ତ ମହାନ୍ତି, ଆଦିତ୍ୟ ନାଗ, ଦେବାଶଷ ମହାପାତ୍ର, ସଦାନନ୍ଦ ମହାନନ୍ଦ, ବାଜି କିଷାନ ପ୍ରମୁଖ ଉପସ୍ଥିତ ଥିଲେ ।