ଶେଷ ମିନିଟରେ ଗୋଲ୍, ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲରେ ଭାରତ...

Oct 2, 2026 - 07:35
 4
ଶେଷ ମିନିଟରେ ଗୋଲ୍, ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲରେ ଭାରତ...

ଏସିଆନ ଗେମ୍ସ ୨୦୨୬ର ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନରେ ଖେଳା ଯାଇଛି ସେମି ଫାଇନାଲ୍ ମ୍ୟାଚ୍। 

ଏହି ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। 

ଖେଳ ସରିବାକୁ ମାତ୍ର ୫୦ ସେକେଣ୍ଡ ବାକି ଥିବା ବେଳେ ଅଭିଷେକ ଗୋଲ୍ ଦେଇ ଭାରତକୁ ସ୍ମରଣୀୟ ବିଜୟ ଦେଇଛନ୍ତି। 

ପାକିସ୍ତାନ ପାଖରେ ଶେଷ ସେକେଣ୍ଡରେ ସୁଯୋଗ ଥିଲା। ମାତ୍ର ହୁଟର ବାଜିବା ମାତ୍ରେ ପାକିସ୍ତାନର ଫାଇନାଲ୍ ଯିବା ଆଶା ଧୂଳିସାତ ହୋଇଛି। 

ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିବା ଦଳ ସିଧାସଳଖ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ।