ସୋସିଆଲ ମିଡିଆରେ ଭାଇରାଲ ହେଉଛି ମନ୍ନତ ଭିତରର ଦୃଶ୍ୟ

ନୂଆଦିଲ୍ଲୀ: ଶାହାରୁଖ ଖାନ ବଲିଉଡର ବାଦଶାହା। ମୁମ୍ବାଇରେ ଶାହାରୁଖ ମନ୍ନତରେ ରହିଥାଆନ୍ତି। ପ୍ରାୟତଃ ଫ୍ୟାନ୍ସମାନେ ସୁପରଷ୍ଟାରଙ୍କ ଗୋଟିଏ ଝଲକ ପାଇବ‌ା ପାଇଁ ମନ୍ନତ ଘର ସାମ୍ନାରେ ଭିଡ଼ ଜମାଇଥାଆନ୍ତି। ‌ତେବେ ଶାହାରୁଖଙ୍କ ମନ୍ନତ ଭିତର କେମିତି ହୋଇଥିବ ତାହାକୁ ‌ନେଇ ସର୍ବଦା ଅଭିନେତାଙ୍କ ଫ୍ୟାନ୍ସଙ୍କ ଉତ୍ସାହ ରହିଥାଏ। ନିକଟରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମନ୍ନତ ଭିତରର ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓଟି ଦେଖୁଦେଖୁ ଭାଇରାଲ ହୋଇଯାଇଥିଲା। ଭାଇରାଲ ଭିଡିଓରେ ଶାହାରୁଖ ତାଙ୍କ ସାନପୁଅ ଅବରାମ ଖାନଙ୍କ ସହିତ ମନ୍ନତ ଭିତରେ ଫୁଟବଲ ଖେଳୁଥିବା ଦେଖିବାକୁ ମିଳୁଛି। କିଛିଦୂରରୁ ରେକର୍ଡ ହୋଇଥିବ‌ା ଏହି ଭିଡିଓରେ ମନ୍ନତ ବଗିଚାରେ ଶାହାରୁଖ ଓ ଅବରାମଙ୍କ ସହିତ ଆଉ କିଛି ଲୋକ ବି ଥିବା ନଜର ଆସୁଛନ୍ତି। ତେବେ ମନ୍ନତ ଭିତରର ଫଟୋ ‌ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଖୁସି ହୋଇଯାଇଥିବା ବେଳେ ଅନ୍ୟମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପ୍ରତିକ୍ରିୟା ଦେଇ କହିଛନ୍ତି,‘ଏଭଳି ଭାବେ ସୁପରଷ୍ଟାରଙ୍କ ଅଜଣାତରେ ତାଙ୍କର ଘର ଭିତର ଫଟୋ ରେକର୍ଡ କରିବା ଉଚିତ ନୁହେଁ। ଏହା ଏକ ଅପରାଧ ମଧ୍ୟ। ଲୁଚିଲୁଚି କାହାରି ବ୍ୟକ୍ତିଗତ ଜୀବନକୁ ରେକର୍ଡ କରିବା ଗ୍ରହଣୀୟ ନୁହେଁ।’

Feb 9, 2024 - 20:14
 9
ସୋସିଆଲ ମିଡିଆରେ ଭାଇରାଲ ହେଉଛି ମନ୍ନତ ଭିତରର ଦୃଶ୍ୟ