୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

Mar 8, 2024 - 17:27
 2
୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।

ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତ ଓ ସେମାନଙ୍କର ଅନ୍ୟ କିଛି ସାଥୀ ରାଜସ୍ଥାନରୁ ଅଫିମ ସଂଗ୍ରହ କରି ସୁନ୍ଦରଗଡ, ରାଉରକେଲା ଓ ଝାଡଖଣ୍ଡକୁ ଚାଲାଣ କରୁଥିଲେ ।