୧୫ ଭାରତୀୟଙ୍କ ସାମୁଦ୍ରିକ ମୃତ୍ୟୁ !

Jul 12, 2026 - 13:13
 5
୧୫ ଭାରତୀୟଙ୍କ ସାମୁଦ୍ରିକ ମୃତ୍ୟୁ !

ଦକ୍ଷିଣ ଭିଏତନାମାର ଫୁ କ୍ରୋକ୍ ଦ୍ବୀପ ନିକଟରେ ଏକ ସ୍ପିଡ୍ ବୋଟ୍ ବୁଡ଼ିଯିବାରୁ ଅତି କମ୍‌ରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ, ବୋଟ୍‌ରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ଚାରି ଜଣ କ୍ରୁ ସଦସ୍ୟ ଥିଲେ।

ବୋଟ୍‌ଟି ହୋନ ମେ ରୁଟ୍ ଦ୍ବୀପରୁ ଆନ ଥୋଇ ବନ୍ଦରକୁ ଯାତ୍ରା କରୁଥିବା ସମୟରେ କୂଳରୁ ପ୍ରାୟ ୪୦୦ ମିଟର ଦୂରରେ ବୁଡ଼ି ଯାଇଥିଲା। ଏହି ଅଞ୍ଚଳରେ ସମୁଦ୍ର ଅଶାନ୍ତି ଥୂଲା ।

ପୂର୍ବରୁ ଭିଏତନାମାରେ ଥ‌ିବା ଭାରତୀୟ ଦୂତାବାସ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଡଙ୍ଗା ବୁଡ଼ିଯାଇଥିବା ନିଶ୍ଚିତ କରିଥୁଲା, ଯାହା ଫଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏକ ବିବୃତ୍ତିରେ, ଦୂତାବାସ କହିଛି, କିଛି ଘଣ୍ଟା ପୂର୍ବରୁ ଭିଏତନାମାର ଫୁ କ୍ରୋକ୍ ଦ୍ବୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଡଙ୍ଗା ବୁଡ଼ିଯାଇଛି।