'ଆମ କଳାକାର' ୱେବ୍ସାଇଟ ଉନ୍ମୋଚିତ...
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 'ଆମ କଳାକାର' ୱେବ୍ସାଇଟ (https://amakalakara.odisha.gov.in) ଉନ୍ମୋଚିତ ହୋଇଛି।
ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ଏହି ୱେବ୍ସାଇଟ ଉନ୍ମୋଚିତ ହୋଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ଦଳଗୁଡ଼ିକୁ ନିୟୋଜନ କରି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ।
'ଆମ କଳାକାର' ୱେବ୍ସାଇଟ କାର୍ଯ୍ୟକାରୀ ହେବା ଫଳରେ କାର୍ଯ୍ୟ ପ୍ରବାହ ସରଳ ହେବ।
ଏହାକୁ ସୁବିଧାରେ ବ୍ୟବହାର କରାଯିବା ସହ ମୋବାଇଲ ଆଧାରିତ ଜିଓ ଟ୍ୟାଗିଙ୍ଗକୁ (Geo-Tagging) ନିରୀକ୍ଷଣ କରାଯାଇପାରିବ। ଏକ ସୁଦୃଢ଼ ଶୃଙ୍ଖଳିତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ।
କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳ ଗୁଡ଼ିକକୁ କାର୍ଯ୍ୟାଦେଶ ପ୍ରଦାନ କରିବା ଏବଂ ସେମାନଙ୍କର ନିୟୋଜନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆସିବ।
'ଆମ କଳାକାର' ୱେବ୍ସାଇଟରେ କଳାକାରମାନଙ୍କର ଆଧାରକାର୍ଡ଼ ଯୋଡ଼ାଯାଉଥିବାରୁ, ଏକାଧିକବାର ନିୟୋଜନର ଅପବ୍ୟବହାରକୁ ରୋକାଯାଇପାରିବ ଏବଂ କେବଳ ଯୋଗ୍ୟ କଳାକାରମାନଙ୍କୁ ନିୟୋଜିତ କରାଯାଇପାରିବ।
କଳା ପ୍ରଦର୍ଶନ ସମୟର ଜିଓ ଟ୍ୟାଗିଙ୍ଗ ଫଟୋ ଏବଂ ୩୬୦ ଡିଗ୍ରୀ ଭିଡିଓ ଅପଲୋଡ ହେବା ଫଳରେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ସଠିକ୍ ତଥ୍ୟ ତୁରନ୍ତ ପହଞ୍ଚିପାରିବ ଏବଂ କଳାକାରମାନଙ୍କୁ ଅର୍ଥପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ତ୍ବରାନ୍ୱିତ କରାଯାଇପାରିବ।
'ଆମ କଳାକାର' ୱେବ୍ସାଇଟ କାର୍ଯ୍ୟକାରୀ ହେବା ଫଳରେ ସାଂସ୍କୃତିକ ଦଳଗୁଡ଼ିକର ନିୟୋଜନ ଏବଂ ଏହାର କାର୍ଯ୍ୟାନ୍ଵୟନ ବ୍ୟବସ୍ଥା ପାରଦର୍ଶୀ ହୋଇପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।