ଇରାନ ଉପରେ ଆମେରିକା, ଇସ୍ରାଏଲର ଆକ୍ରମଣ ଓ ଇରାନ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ସିପିଆଇର ଦୃଢ଼ ନିନ୍ଦା

Mar 2, 2026 - 18:06
 7
ଇରାନ ଉପରେ ଆମେରିକା, ଇସ୍ରାଏଲର ଆକ୍ରମଣ ଓ ଇରାନ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ସିପିଆଇର ଦୃଢ଼ ନିନ୍ଦା

ଇରାନ ଉପରେ ଆମେରିକା, ଇସ୍ରାଏଲର ଆକ୍ରମଣ ଓ ଇରାନ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ସିପିଆଇର ଦୃଢ଼ ନିନ୍ଦା

ଭୁବ ବନେଶ୍ଵର, ତା ୨/୩/୨୦୨୬-

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଓଡ଼ିଶା ରାଜ୍ୟ ସମ୍ପାଦକମଣ୍ଡଳୀ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ ଦ୍ବାରା ଇରାନ ଉପରେ କରାଯାଇଥିବା ଯୋଜନାବଦ୍ଧ ଏକତରଫା ସାମରିକ ଆକ୍ରମଣ ଓ ଇରାନର ସର୍ବୋଚ୍ଚ ନେତା ତା ଆୟୋତୋଲ୍ଲା ଅଲ୍ଲି ଖମନେଇଙ୍କ ହତ୍ୟାକୁ ଦୃଢ଼ ଭାବେ ନିନ୍ଦା କରିଛି। ଏହି ସାମରିକ ଆକ୍ରମଣ ଆନ୍ତର୍ଜାତୀୟ ଆଇନ ଓ ଜାତିସଂଘ ସମ୍ବିଧାନର ମୌଳିକ ନୀତିର ଗୁରୁତର ଉଲ୍ଲଙ୍ଘନ କରୁଛି। ଏପରି ଅବିମୃଷ୍ୟକାରୀ ସାମରିକ ଆକ୍ରମଣର ଦୁଃସାହସିକତା ପଶ୍ଚିମ ଏସି ଏସିଆ ଅଞ୍ଚଳକୁ ଅଧୂକ ଅସ୍ଥିର କରିଛି। ଏହି ସାମରିକ ଆକ୍ରମଣ ଏକ ବିଶାଳ ଏବଂ ବିନାଶକାରୀ ସଂଘର୍ଷ ଦିଗରେ ଠେଲିଦେବାର ଗୁରୁତର ସଙ୍କଟ ସୃଷ୍ଟି କରିଛି। ଏହି ସାମରିକ ଆକ୍ରମଣ ମାଧ୍ଯମରେ ଇରାନରେ ଶାସନ ପରିବର୍ତ୍ତନର ବୋଝ ଥୋପିବା ସହ ପ୍ରଚୂର ଦୂର ତୈଳ ସମ୍ପଦକୁ ଆମେରିକା ଲୁଣ୍ଡନ କରିବା ପାଇଁ ଏକ ଘୃଣ୍ୟ ଏବଂ ବିପଜ୍ଜନକ ଷଡ଼ଯନ୍ତ୍ର ମୂଳକ ଯୋଜନାର ଅଂଶ ଅଟେ । ଏହି ଆକ୍ରମଣରେ ଇରାନ ରାଷ୍ଟ୍ର ମୁଖ୍ୟ ଆୟତୋଲ୍ଲା ଅଲ୍ଲୀ ଖମନେଇଙ୍କ ସମେତ ଇରାନର ଅନେକ ନେତୃତ୍ୱଙ୍କୁ ଜଘନ୍ୟ ହତ୍ୟା କରିବା ରିବା ଘଟଣାକୁ ଘଟ ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କୌଣସି ଦେଶର ସାର୍ବଭୌମତ୍ୱ ଓ ଜନସାଧାରଣଜ ଶଙ୍କର ନିଜ ରାଜନୈତିକ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ ନି କରିବାର ଅଧୂକାରକୁ ସମ୍ପୂର୍ଣ ଖର୍ବ କରୁଛି। ସିପିଆଇ ଆମେରିକା ଏବଂ ଇସ୍ରାଏଲ ଦ୍ବାରା ଇରାନ ଉପରେ ଚଳାଇଥୁବା ସମସ୍ତ ସାମରିକ ଆକ୍ରମଣକୁ ତତ୍‌କ୍ଷଣାତ୍ ବନ୍ଦ କରିବାକୁ ଦାବି କରୁଛି । ଏହାସହ ଆନ୍ତର୍ଜାତୀୟ ସମୁଦାୟ, ବିଶେଷତଃ ଜାତିସଂଘକୁ ଅନୁରୋଧ କରୁଛି ଯେ, ଅଧୂକ ତିକ୍ତତା ବୃଦ୍ଧିକୁ ରୋକିବା ଓ ମଧ୍ୟପ୍ରାଚ୍ୟ ଆଞ୍ଚଳିକ ଶାନ୍ତି ସୁରକ୍ଷା ପାଇଁ ତତ୍କାଳ ହସ୍ତକ୍ଷେପ କରନ୍ତୁ । ଏହି ଆକ୍ରମଣ ଜାରି ରହିଲେ ପଶ୍ଚିମ ଏସିଆରେ ଅସ୍ଥିରତା, ମାନବୀୟ ଯନ୍ତ୍ରଣା ଓ ଧ୍ୱଂସଲୀଳା ଅଧୂକ ବୃଦ୍ଧି ପାଇବ।

ଭାରତ ସରକାର ମଧ୍ୟ ଏହି ଆକ୍ରମଣକୁ ସ୍ପଷ୍ଟ ଓ ଦୃଢ଼ ଭାବେ ନିନ୍ଦା କରିବାକୁ ସିପିଆଇ ଆହ୍ବାନ କରୁଛି। ଏପଷ୍ଟିନ ଫାଇଲରେ ଥୁବା ନରେନ୍ଦ୍ର ମୋଦିଙ୍କ ଗୁମର ଖୋଲିବାର ଭୟ ଦେଖାଇ ଡୋନାଲ୍‌ଡ ଟ୍ରମ୍ପଙ୍କ ଇଙ୍ଗିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ ମୋଦିଙ୍କ ଇସ୍ରାଏଲ ଗସ୍ତ କରିବାର ମାତ୍ର କିଛି ଘଣ୍ଟା ପରେ ଏହି ଆକ୍ରମଣ ଘଟିଥୁବାରୁ ସେ ଏହି ବିପଜ୍ଜନକ ସାମରିକ ନୀତି ବିରୋଧରେ ରେ ସ୍ପଷ୍ଟ ମତ ପ୍ରକାଶ କରିବା ଉଚିତ। ଭାରତ କୌଣସି ଭାବରେ ଆନ୍ତର୍ଜାତୀୟ ଆଇନ ଉଲ୍ଲଙ୍ଘନ କରୁଥିବା ଓ ଆଞ୍ଚଳିକ ତଥା ବିଶ୍ୱ ଶାନ୍ତକୁ ବିପଦରେ ପକାଉଥୁବା କାର୍ଯ୍ୟକଳାପର ସହଯୋଗୀ କିମ୍ବା ସମର୍ଥକ ହେବା ଉଚିତ ନୁହେଁ । ଭାରତର ଭୂମିକୁ କୌଣସିମତେ ଯୁଦ୍ଧ ପାଇଁ ବ୍ୟବହାର କରିବାକୁ ଦିଆ ନ ଯିବା ପାଇଁ ସିପିଆଇ ଦୃଢ଼ ଦାବି କରୁଛି। ଇରାନରେ ବସବାସ କରୁଥିବା ଭାରତୀୟ ନାଗରିକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଭାରତ ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଓ ଭୂମିକାର ନିର୍ବାହ କରିବାର ଜରୁରୀ ଆବଶ୍ୟକ‌ତା ରହିଛି। ଏହା ସହ ଭାରତ-ଇରାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥୁବା ଦ୍ବିପାକ୍ଷିକ ସମ୍ପର୍କ, ବିଶେଷକରି ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ଓ ପୁଞ୍ଜି ନିବେଶ ସମ୍ପର୍କଗୁଡ଼ିକୁ ସୁରକ୍ଷା ରଖୁବା ଆବଶ୍ୟକ, ଯାହା ଭାରତର କୂଟନୈତିକ ଓ ଆର୍ଥକ ହିତ ସାଧନ ସହ ଗଭୀର ଭାବରେ ସମ୍ପୃକ୍ତ ଅଟେ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ପକ୍ଷରୁ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଏକ ବିବୃତିରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହ ଇରାନ ନାଗରିକଙ୍କ ହକ୍ ଓ ଅଧୂକାର ସପକ୍ଷରେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।