ଅଗଷ୍ଟ ୧ରୁ ଆରମ୍ଭ ହେବ ଆଇଟିଇପି କୋର୍ସ ପ୍ରଥମ ବର୍ଷ ପାଠପଢ଼ା...

Jul 30, 2026 - 07:39
 17
ଅଗଷ୍ଟ ୧ରୁ ଆରମ୍ଭ ହେବ ଆଇଟିଇପି କୋର୍ସ ପ୍ରଥମ ବର୍ଷ ପାଠପଢ଼ା...

ଆସନ୍ତା ଅଗଷ୍ଟ ୧ ତାରିଖରୁ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ କୋର୍ସର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଶିକ୍ଷାବର୍ଷ ୨୦୨୬-୨୭ରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ କୋର୍ସ ପାଇଁ ସର୍ବମୋଟ ୧୫୦୦ଟି ସିଟ୍ ରହିଛି। 

ଏଥିନିମନ୍ତେ ୧୦,୬୪୭ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। 

ପ୍ରଥମ ଓ ଦ୍ଵିତୀୟ ରାଉଣ୍ଡ ମେଧା ତାଲିକା ପ୍ରକାଶିତ ହେବା ପରେ ଏପର୍ଯ୍ୟନ୍ତ ସର୍ବମୋଟ୍ ୧୨୫୯ଜଣ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ କୋର୍ସରେ ଆଡ଼ମିଶନ ନେଇଛନ୍ତି। 

ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ କୋର୍ସର ଆଡ଼ମିଶନ ମେଧା ତାଲିକା ଛାତ୍ରଛାତ୍ରୀମାନଙ୍କର ଏନସିଇଟିର (ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ) ସ୍କୋର ଆଧାରରେ ପ୍ରସ୍ତୁତ କରାଯାଇଛି।

ଏଥିସହ ଅଗଷ୍ଟ ୪ ତାରିଖ ସୁଦ୍ଧା ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ କୋର୍ସର ସ୍ପଟ ଆଡ଼ମିଶନ ସରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।