"ଏକ ବିକଶିତ ଭାରତ ପାଇଁ ମନରେଗାରେ ସଂସ୍କାର"
ବିକଶିତ ଭାରତ - ଜୀ ରାମ ଜୀ ବିଲ୍, 2025 ବିକଶିତ ଭାରତ 2047 ସହିତ ସଂଯୁକୁ ଏକ ନୂତନ ବୈଧାନିକ ଢାଞ୍ଚା ମାଧ୍ୟମରେ ମନରେଗାରେ ପରିବର୍ତ୍ତନ ଆଣିବ।
ପ୍ରତି ଗ୍ରାମୀଣ ପରିବାର ପାଇଁ ନିଯୁକ୍ତି ଗ୍ୟାରେଣ୍ଟିକୁ 125 ଦିନକୁ ବୃଦ୍ଧି କରାଯାଇଛି, ଯାହା ଆୟ ସୁରକ୍ଷାକୁ ସୁଦୃଢ଼ କରିଥାଏଁ ।
ଚାରୋଟି ପ୍ରାଥମିକତା କ୍ଷେତ୍ରରେ ଦୀର୍ଘସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ସହିତ ମଜୁରୀ ଆଧାରିତ ନିଯୁକ୍ତିକୁ ସଂଯୋଗ କରିଥାଏ ନୂଆ ଯୋଜନା।
ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ମାଧ୍ୟମରେ ଜାତୀୟ ସୁରରେ ସମନ୍ବିତ ଏବଂ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ବିକେନ୍ଦ୍ରୀକରଣକୁ ସୁଦୃଢ଼ କରିଥାଏ।
ଆଦର୍ଶ ପାଣ୍ଠି ଏବଂ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଢାଞ୍ଚା ପରିବର୍ତ୍ତନକୁ ପୂର୍ବାନୁମାନଯୋଗ୍ୟ, ଉତ୍ତରଦାୟୀ ଏବଂ କେନ୍ଦ୍ର-ରାଜ୍ୟ ସହଭାଗୀତାକୁ ଉନ୍ନତ କରିଥାଏ।
ଗ୍ରାମୀଣ ରୋଜଗାର ପ୍ରାୟ ଦୁଇ ଦଶନ୍ଧି ଧରି ଭାରତର ସାମାଜିକ ସୁରକ୍ଷା ଢାଞ୍ଚାର ଆଧାର ହୋଇ ରହିଆସିଛି । 2005ରେ କାର୍ଯ୍ୟକାରୀ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ମନରେଗା) ମଜରୁ ଆଧାରିତ ରୋଜଗାର ପ୍ରଦାନ କରିବା, ଗ୍ରାମୀଣ ଆୟକୁ ସ୍ଥିର କରିବା ଏବଂ ମୌଳିକ ଭିତ୍ତିଭୂମି ନିର୍ମାଣରେ ମୁଖ୍ୟ ଭୂମିକା ନିର୍ବାହ କରିଛି। ତେବେ ସମୟ ସହିତ ଗ୍ରାମୀଣ ଭାରତର ଢାଞ୍ଚା ଏବଂ ଲକ୍ଷ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ବନ୍ଧିତ ଆୟ, ଯୋଗାଯୋଗ, ବ୍ୟାପକ ଡିଜିଟାଲ ପ୍ରସାର ଏବଂ ଭିନ୍ନ ଭିନ୍ନ ଜୀବିକା ଗ୍ରାମୀଣ ରୋଜଗାର ଆବଶ୍ୟକତାର ପ୍ରକୃତିରେ ପରିବର୍ତ୍ତନ ଆଣିଛି।
ଏସବୁକୁ ଦୃଷ୍ଟିରେ ରଖ୍ କେନ୍ଦ୍ର ସରକାର ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ ବା ଭିବି ଜୀ ରାମ ଜୀ ବିଲ୍ 2025 ଆଣିଛନ୍ତି। ଏହି ବିଲ୍ ମନରେଗାରେ ବ୍ୟାପକ ପରିବର୍ତ୍ତନ ଆଣିବ। ଏହା ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ 2047 ସହିତ ଯୋଡ଼ିବ। ଏହା ଏକ ଉତ୍ତରଦାୟୀ ବ୍ୟବସ୍ଥା ଆଣିବ ଯାହା ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଆୟ ସୁରକ୍ଷା ସୁନିଶ୍ଚିତ କରିବ।
**