ରାମଚଣ୍ଡୀ ଠାକୁରାଣୀଙ୍କ ଲୋକ ଚରିତ କାହାଣୀ...

Mar 11, 2026 - 14:51
 13
ରାମଚଣ୍ଡୀ ଠାକୁରାଣୀଙ୍କ ଲୋକ ଚରିତ କାହାଣୀ...

"ଭଲା ରାମଚଣ୍ଡୀ ଭଲାରେ 

କଳାପାହାଡ଼ କୁ ଦୁଆରେ ବସେଇ 

ଭଲା ପାଣି ଆଣି ଗଲାରେ...."

????ଏହି ପଂକ୍ତି ସହ ପ୍ରତି ଓଡ଼ିଆ ଭଲ ଭାବେ ପରିଚିତ 

????ଏହି ପଦକ ପଂକ୍ତି ଭଗବତୀ ଅର୍କଚଣ୍ଡିକା ରାମଚଣ୍ଡୀ ଙ୍କ ଗାରିମା କୁ ଦର୍ଶାଇଥାଏ |

ଯେତେବେଳେ କଳାପାହାଡ଼ ଉତ୍କଳ ପ୍ରଦେଶ କୁ ଆକ୍ରମଣ କରି ସମସ୍ତ ମନ୍ଦିର,ସ୍ଥାପତ୍ୟ ଏବଂ ବିଗ୍ରହ ଖଣ୍ଡନ କରୁଥିଲା ଏବଂ ମୈତ୍ରେୟବନ ନିବାସିନୀ ମା ରାମଚଣ୍ଡୀ ଙ୍କ ମନ୍ଦିର ଉପରେ ଆକ୍ରମଣ କରିଥିଲା।

ସେହି ସମୟ ରେ ଦେବୀ ଏକ ନାରୀ ରୂପ ଧାରଣ କରି ଗର୍ଭଗୃହ ରୁ କାଖରେ ମାଟି କଳସି ଟିଏ ଧରି ବାହାରି ଆସି କଳାପାହାଡ଼ କୁ କହିଲେ ନଦୀ ରୁ ପାଣି ଆଣି ଠାକୁରାଣୀ ଙ୍କୁ ମାଜଣା କରିବା ଦରକାର, ପରେ ବିଗ୍ରହ ଖଣ୍ଡନ କରିବ |

ଯେତେବେଳେ ସ୍ୱୟଂ ମହାମାୟା ମାୟା ଆଚ୍ଛନ୍ନ କରିଥାନ୍ତି ସେତେବେଳେ କାହାର ଅବା ସାମର୍ଥ୍ୟ ତାଙ୍କ ମାୟା ଭେଦ କରିବ।

ଏହିପରି ଭାବେ ଭଗବତୀ ନିଜ ପ୍ରତିମା କୁ ଯବନ ସ୍ପର୍ଶ କରେଇ ଦେଇ ନଥିଲେ |

କଳା ପାହାଡ଼ ଯାଇ ଆସି ଦେଖେତ ଗର୍ଭଗୃହ ସିଂହାସନ ଶୂନ୍ଯ ପଡିଛି; ନଦୀ କୂଳରେ କଳସି ଟି ପାଣିରେ ଭାସୁଛି।

ସେବେଠାରୁ ଏ କାହାଣୀ ଲୋକ ଚରିତ ହୋଇ ରହିଛି |

ସଂଗୃହିତ : ଆଶା ଭରସା, ଚିର ସବୁଜ ଖବର କାଗଜ