ଭୁବନେଶ୍ୱର ରେ ଘୁମୁସର ଉତ୍ସବ...

Feb 6, 2026 - 20:50
 7
ଭୁବନେଶ୍ୱର ରେ ଘୁମୁସର ଉତ୍ସବ...

ଭୁବନେଶ୍ୱର ରେ ଘୁମୁସର ଉତ୍ସବ...

ଚଳିତ ଫେବୃୟାରୀ ୧୦ ଓ ୧୧ ତାରିଖ ମଙ୍ଗଳବାର ଓ ବୁଧୁବାର ଦୁଇଦିନ ଧରି ଭୁନବେଶ୍ଵର ଭଞ୍ଜ ମଣ୍ଡପରେ ପ୍ରଥମ ଥର ପାଇଁ ଘୁମୁସର ଉତ୍ସବ ଆୟୋଜିତ ହେଉଛି । 

ଘୁମୁସର ଅଧିବାସୀ ମାନଙ୍କୁ ନେଇ ଗଠିତ ହୋଇଥିବା ଘୁମୁସର

ଉନ୍ନୟନ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଘୁମୁସର ଇତିହାସ, କଳା ଓ ସଂସ୍କୃତିର ପ୍ରଦର୍ଶନ ହେବ । 

କ୍ରମାଗତ ଭାବରେ ଭଞ୍ଜ ବଂଶ ଘୁମୁସର ରାଜ୍ୟକୁ ସୁଦୀର୍ଘ ଏକହଜାର ବର୍ଷ ଧରି ରାଜତ୍ଵ କରିଥିଲେ । 

ଏହି ରାଜତ୍ଵ କାଳରେ

ସାହିତ୍ୟ, ସଙ୍ଗୀତ, ସ୍ଥାପତ୍ୟ, କାଷ୍ଠକଳା, ଚିତ୍ରକଳା, ଧର୍ମ ଇତ୍ୟାଦିର ଏକ ସମୃଦ୍ଧ ପରମ୍ପରା ସୃଷ୍ଟି କରିଥିଲେ ।

ରାଜକବି ଧନଞ୍ଜୟଭଞ୍ଜ, ତାଙ୍କ ପୌତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଙ୍ଗୀତକୁ ଯେପରି ସମୃଦ୍ଧ କରିଥିଲେ

କୃଷ୍ଣଭଞ୍ଜ, ଶ୍ରୀକର ଭଞ୍ଜ, ଧନଞ୍ଜୟଭଞ୍ଜ ପ୍ରମୁଖ ରାଜାଗଣ ନିଜ ବିରତ୍ଵ ବଳରେ ଘୁମୁସରକୁ ସମୃଦ୍ଧ କରିଥିଲେ ।

????ଇଂରେଜ ଶାସନ ବିରୁଦ୍ଧରେ ବୀର ଦୋଗ୍ ବିଷୋଇ, ଚକରା ବିଷୋଇ, ଦୀର୍ଘକାଳ ଧରି ସଶସ୍ତ୍ର ସଂଗ୍ରାମ ଜାରି ରଖୁଥିଲେ।

ଇତି ମଧ୍ୟରେ ସଂଗ୍ରାମୀ ଚକରା ବିଷୋଇଙ୍କ ଜନ୍ମ ସ୍ଥାନକୁ କେନ୍ଦ୍ର ସରକାର ଐତିହ୍ୟ ଗ୍ରାମ ଭାବରେ

ଘୋଷଣା କରିଛନ୍ତି । 

ପ୍ରହ୍ଲାଦ ନାଟକ, ଦାସକାଠି, ପଶୁମୁଖା ନୃତ୍ୟ, ଦଣ୍ଡ, କଣ୍ଢେଇ ନୃତ୍ୟ, ଡେରାବେଶ, ବାଘନାଟ,

ପିତ୍ତଳ ମାଛ, କାଠ କାରିଗରୀ, ମୁଖା ନିର୍ମାଣ, ଚିତ୍ର ଶିଳ୍ପ ଇତ୍ୟାଦିରେ ଅତି ସମୃଦ୍ଧ ଘୁମୁସର । 

ଏ ସମସ୍ତର ଏକ ପ୍ରଦର୍ଶନ କ୍ଷେତ୍ର ହେବ ଏହି ଦୁଇ ଦିନିଆ ଉତ୍ସବ। ଭଞ୍ଜ ମଣ୍ଡପର ମୁକ୍ତ ମଞ୍ଚରେ ଏ ଗୁଡିକ ପ୍ରଦର୍ଶିତ ହେବ

ଅପରାହ୍ନରେ । 

ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଟା ବେଳେ ପ୍ରକ୍ଷାଳୟରେ ଆୟୋଜିତ ସଭାରେ ରାଜ୍ୟର ମନ୍ତ୍ରୀ, ବିଧାୟକ,

ବୁଦ୍ଧିଜୀବୀ ଯୋଗ ଦେବେ । 

ଏ ଅବସରରେ ଘୁମୁସର ଐତିହ୍ୟ ଓ ସାଂସ୍କୃତିକ ଆଧାରିତ ଏକ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ । ପରଳ ମାଛର କାରିଗରି ଲୋକନୃତ୍ୟର ମୁଖା ନିର୍ମାଣ କୌଶଳ ମଧ୍ଯ ପ୍ରଦର୍ଶନ କରାଯିବ ।

ଗୋଟେ ସ୍ଵତନ୍ତ୍ର ଷ୍ଟଲରେ ଘୁମୁସରୀ ଖାଦ୍ୟର ପ୍ରଦର୍ଶନୀ ଓ ବିକ୍ରୀ ହେବ । ଘୁମୁସରର କେତେକ କଣ୍ଠଶିଳ୍ପୀ ପାରମ୍ପାରିକ

ଛାନ୍ଦ, ଚଉପଦୀ ପରିବେଷଣ କରିବେ । 

ଦ୍ଵିତୀୟ ଦିନ ସନ୍ଧ୍ୟାରେ ଓଡ଼ିଆ ଚଳଚିତ୍ର ଏବଂ ନାଟକ ଜଗତରେ ସୁନାମ

ଅର୍ଜନ କରିଥିବା ଘୁମୁସରର କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବ । 

ଏ ଦୁଇ ଦିବସ ବ୍ୟାପୀ ଉତ୍ସବର ବିଶେଷ ଆକର୍ଷଣ ହେଉଛି ପ୍ରଥମ ସନ୍ଧ୍ୟାରେ କବି ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ “କବି ସମ୍ରାଟ” ଏବଂ ଦ୍ବିତୀୟ ସନ୍ଧ୍ୟାର

ନାଟକ “ ମୁଁ ଚକରା କହୁଛି” ।