କଷ୍ଟମାଇଜଡ୍ ସାଲାରୀ ଆକାଉଣ୍ଟ୍ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

Jan 31, 2026 - 23:09
 0
କଷ୍ଟମାଇଜଡ୍ ସାଲାରୀ ଆକାଉଣ୍ଟ୍ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

କଷ୍ଟମାଇଜଡ୍ ସାଲାରୀ ଆକାଉଣ୍ଟ୍ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍ (ଓଏଚପିସି) ପକ୍ଷରୁ ଆଜି ଲୋକସେବା ଭବନରେ ଓଏଚପିସିର କର୍ମଚାରୀମାନଙ୍କ ପାଇଁ କଷ୍ଟମାଇଜଡ୍ ୟୁନିଅନ୍ ସୁପର ସୁପର ସାଲାରୀ ଆକାଉଣ୍ଟ୍ ପାଇଁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି ।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ ଏବଂ ଶକ୍ତି ଶ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ଯରେ, ଶ୍ରୀ ବିଶାଳ କୁମାର ଦେବ, ଆଇଏଏସ୍, ପ୍ରମୁଖ ସଚିବ, ଶକ୍ତି ବିଭାଗ, ଓଡ଼ିଶା ସରକାର ବାର ଏବଂ ସିଏମଡି, ଓଏଚପିସି, ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଓଏଏସ୍ (ଏସଏଜି), ଅତିରିକୁ ସଚିବ, ଶକ୍ତି ବିଭାଗ, ଓଡ଼ିଶା ସରକାର, ଶ୍ରୀ ପ୍ରଣବ କୁମାର ମହାନ୍ତି, ନିର୍ଦ୍ଦେଶକ (ଅର୍ଥ), ଓଏଚପିସି, ଶ୍ରୀ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ ମାନବସମ୍ପଦ), ଓଏଚପିସି, ଶ୍ରୀ ଅମୀୟ କୁମାର ମହାନ୍ତି, ନିର୍ଦ୍ଦେଶକ (ଅପରେସନ), ଓଏଚପିସି, ଶ୍ରୀ ହରେକୃଷ୍ଣ ଦାସ, ମହାପ୍ରବନ୍ଧକ ଏବଂ ।ନାଲ ମୁଖ୍ୟ, ୟୁବିଆଇ ଏବଂ ଓଏଚପିସି ଓ ୟୁବିଆଇ ର ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥୂଲେ। ଓଏଚପିସି ପକ୍ଷରୁ ବରିଷ୍ଠ ହାପ୍ରବନ୍ଧକ (ଅର୍ଥ) ଶ୍ରୀ ଗଗନ ବିହାରୀ ମହାରଣ ରଣା ଏବଂ ୟୁବିଆଇ ର ପ୍ରତିନିଧୂତ୍ବ କରୁଥିବା ଉପ ମହାପ୍ରବନ୍ଧକ ଶ୍ରୀ ଏନ, ବାରିକ ଏହି ଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଜୋନାଳ

ବୁଝାମଣାପତ୍ର ଅନୁଯାୟୀ, ପ୍ରତ୍ୟେକ ଓଏଚପିସି କର୍ମଚାରୀ ୧.୨୦ କୋଟି ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ୨୦ ଲକ୍ଷ ଟଙ୍କାର ଅତିରିକୁ ଟର୍ମ ଜୀବନ ବୀମା ପାଇବେ। ଏଥିରେ ୩୦୦୦୦ ଟଙ୍କାର ବାର୍ଷିକ ହସ୍ପିଟାଲ ନଗଦ ଲାଭ ମଧ୍ୟ ଅନୁର୍ଭୁକ୍ତ। କର୍ମଚାରୀମାନଙ୍କୁ ସେମାନଙ୍କର ଙ୍କର ଶୂନ୍ୟ ବାଲାନ୍ସ ସଞ୍ଚୟ ବ୍ୟାଙ୍କ ।ଙ୍କ (SB) ଆକାଉଣ୍ଡରେ ଏକ RuPay ସିଲେକ୍ଟ ଡେବିଟ୍ କାର୍ଡ ପ୍ରଦାନ କରାଯିବ, ଯାହା ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଦୁର୍ଘଟଣା ଣା ବୀମା କଭ ମା କଭରେଜ୍ ସହିତ ଆସିଥାଏ। ଏଥିରେ ମାଗଣା ବିମାନବନ୍ଦର ଲାଉଞ୍ଜ ସୁବିଧା, ତ୍ରୈମାସିକ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ । ଏବଂ ମାଗଣା କାରବାର ସମେତ କୌଣସି ଅତିରିକୁ ମୂଲ୍ୟ ବିନା ୭୫୦୦୦ ଟଙ୍କାର ବାର୍ଷିକ ଜୀବନଶୈଳୀ ଲାଭ ମଧ୍ୟ ଉପଲବ୍ଧ।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ଆଇଏଏସ୍, କର୍ମଚାରୀଙ୍କ କଲ୍ୟାଣ ପାଇଁ ବ୍ୟାଙ୍କ ସହିତ ମିଶି ଓଏଚପିସି ଦ୍ବାରା ନିଆଯାଇଥ‌ିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।