ଜନଜାତି ଶିକ୍ଷାର ବିକାଶ ଓ ସୁଦୃଢ଼ୀକରଣରେ OMTESର ଅବଦାନକୁ ପ୍ରଶଂସା

Nov 13, 2026 - 17:22
 3
ଜନଜାତି ଶିକ୍ଷାର ବିକାଶ ଓ ସୁଦୃଢ଼ୀକରଣରେ OMTESର ଅବଦାନକୁ ପ୍ରଶଂସା

ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ...

ଜନଜାତି ଶିକ୍ଷାର ସୁଦୃଢ଼ୀକରଣ ଦିଗରେ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଜନଜାତୀୟ ଗୌରବ ପକ୍ଷ ପାଳନ ଅବସରରେ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟିକୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି । 

ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ କରକମଳରୁ OMTES ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ପୁରସ୍କାର ଗ୍ରହଣ କରିଛନ୍ତି । 

ଏଥିସହ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ରାଙ୍କି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କରଞ୍ଜିଆ ଏବଂ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠାପର ପ୍ରୟାସକୁ ମଧ୍ୟ ବିଶେଷ ପ୍ରଶଂସା କରାଯାଇଛି ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES) ରାଜ୍ୟରେ ଜନଜାତି ଶିକ୍ଷାର ବିକାଶ, ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । 

ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ଗୁଡ଼ିକର ସୁପରିଚାଳନା ଓ ସମ୍ପ୍ରସାରଣରେ OMTES ଉଲ୍ଲେଖନୀୟ ଅବଦାନ ରଖିଛି । ଏହି ପ୍ରୟାସ ଫଳରେ ବର୍ତ୍ତମାନ ରାଜ୍ୟରେ ମୋଟ ୭୧ଟି EMRS କାର୍ଯ୍ୟକ୍ଷମ ହୋଇଛି ।