ଦେଶର ଅଶୀ ତମ ସ୍ୱାଧୀନତା ଦିବସ ଅବସରରେ ୨୪ ଜଣଙ୍କୁ ରାଷ୍ଟ୍ରପତି ପଦକ...

Aug 16, 2026 - 16:21
 3
ଦେଶର ଅଶୀ ତମ ସ୍ୱାଧୀନତା ଦିବସ ଅବସରରେ ୨୪ ଜଣଙ୍କୁ ରାଷ୍ଟ୍ରପତି ପଦକ...

ସ୍ବାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ, ପ୍ରଶଂସନୀୟ ଓ ସାହସିକତା (ବୀରତ୍ଵ) ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରିଛନ୍ତି ଗୃହ ମନ୍ତ୍ରଣାଳୟ। 

ଓଡ଼ିଶା ପୁଲିସ୍, ଅଗ୍ନିଶମ, ହୋମଗାର୍ଡ ଓ ଜେଲ୍ ବିଭାଗକୁ ମିଶାଇ ମୋଟ ୨୪ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ।

ଏହି ଅଧିକାରୀମାନଙ୍କୁ ୨୦୨୭ ଜାନୁଆରୀ ୨୬ରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିବେ । 

ପୁଲିସ୍ ବିଭାଗରେ ୧୭ଜଣ, ଜେଲ୍ ବିଭାଗରେ ୨ ଜଣ, ଅଗ୍ନିଶମ ବିଭାଗ ରୁ ୩ଜଣଓ ହୋମ୍‌ଗାର୍ଡର ଜଣେ ଏହି ପଦକ ପାଇବେ।

ସାହସିକତା ପାଇଁ ଓଡ଼ିଶାର ୫ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। 

ସେମାନେ ହେଲେ ସବ-ଇନ୍ସପେକ୍ଟର ମନ୍ମଥ କୁମାର ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ , କମାଣ୍ଡୋ ସୁମନ ପୁନ୍ ଏବଂ କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟା।

ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ (ବିଶିଷ୍ଟ ସେବା) ପାଇଁ ଓଡ଼ିଶାର ୩ଜଣ ଙ୍କ ନାମ ଘୋଷଣା ହୋଇଛି। 

ସେମାନେ ହେଲେ ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା (ଆଇପିଏସ) ଓ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଡିଏସପି ସ୍ମିତାରାଣୀ ମହାନ୍ତି (ଓପିଏସ) ଏବଂ ଅଗ୍ନିଶମ ସେବାରୁ ଭୁବନେଶ୍ୱର ଓଫଡ୍ରା (OFDRA) ର ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ମଳୟ କୁମାର ମହାନ୍ତିଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେହିଭଳି ପ୍ରଶଂସନୀୟ ସେବା ପାଇଁ ୧୬ଜଣଙ୍କୁ ପୁଲିସ ପଦକ ପ୍ରଦାନ କରା‌ଯିବ ବୋଲି ନାମ ଘୋଷଣା ହୋଇଛି। 

ସେମାନେ ହେଲେ ପୋଲିସ ସେବାରୁ ନୟାଗଡ଼ ପିଟିଏସର ଡେପୁଟି କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଏସ.ଆଇ.ଡବ୍ଲୁ (SIW)ର ଡିଏସପି ସୁରେଶ କୁମାର ବଳ, କଟକ ଭିଜିଲାନ୍ସ ଡିଏସପି ମନୋରଞ୍ଜନ ପାଇକରାୟ, ଏସଓଜି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମିନତି ନନ୍ଦନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ସୁନ୍ଦରଗଡ଼ ସବ-ଇନ୍ସପେକ୍ଟର ବରୁଣ କୁମାର ନାୟକ, ପୁରୀର ଡ୍ରାଇଭର ହାବିଲଦାର ପ୍ରଶାନ୍ତ କୁମାର ବିଶ୍ୱାଳ, ମାଲକାନଗିରିର ସି.ଆଇ. ହାବିଲଦାର ସୁବାଷ ଚନ୍ଦ୍ର ତ୍ରିନାଥ ଗୌଡ଼, କଟକ ଭିଜିଲାନ୍ସ କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାନ ଏବଂ ମାଲକାନଗିରିର କନଷ୍ଟେବଳ କୁମାରୀ ଶ୍ୟାମଳୀ ବିଶ୍ୱାସ.

ଅଗ୍ନିଶମ ସେବାରୁ ବାଲିଗୁଡ଼ାର ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଅମିତାଭ ରାଜ ଓ ଲାଇକେରା ଫାୟାର ଷ୍ଟେସନର ଡ୍ରାଇଭର ହାବିଲଦାର ନୁଏଲ କେରକେଟା.

ଗୃହରକ୍ଷୀ ସେବାରୁ ପୁରୀର ଅଭିରାମ ସେଠୀ ଏବଂ କାରାଗାର ସେବାରୁ ସମ୍ବଲପୁର ସର୍କଲ ଜେଲର ମୁଖ୍ୟ କାରାରକ୍ଷୀ ପ୍ରମୋଦ କୁମାର ସ୍ୱାଇଁ  ଓ ଗୁଣୁପୁର ସବ-ଜେଲର କାରାରକ୍ଷୀ ବିଶ୍ୱନାଥ ପଣ୍ଡା।