ପୁଣି ଥରେ ଏନଡିଏରେ ସାମିଲ ହୋଇପାରନ୍ତି ଚନ୍ଦ୍ରଭାନୁ ନାଇଡୁ
ନୂଆଦିଲ୍ଲୀ : ୨୦୧୮ରେ ବିଜେପିର ହାତ ଛାଡିଥିବା ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ଏନଡିଏରେ ସାମିଲ ହୋଇପାରନ୍ତି। ତେବେ ଚନ୍ଦ୍ରବାବୁ ନାଇଡୁ ଏନଡିଏକୁ ଫେରିବା ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବୈଠକରେ ବସିଥିଲା। ଏହି ବୈଠକରେ ବିଜେପି ହାଇକମାଣ୍ଡ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। ଟିଡିପି ନେତାମାନେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ମିଳିତ ମଞ୍ଚରେ ଅଧିକ ବିଳମ୍ବ ହେବା ଲାଭଦାୟକ ହେବ ନାହିଁ। ସୂଚନା ଅନୁସାରେ, ଏନଡିଏକୁ ଫେରିପାରନ୍ତି ଚନ୍ଦ୍ରଭାନୁ ନାଇଡୁ। ଟିଡିପି ଓ ବିଜେପି ମେଣ୍ଟ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ବିଜେପି ହାଇକମାଣ୍ଡ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। ଏହାପରେ ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ଏନଡିଏରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ବିଭିନ୍ନ ସୂତ୍ରରୁ ଚର୍ଚ୍ଚା ହେଉଛି ଯେ ବିଜେପିର ହାତ ଛାଡିଥିବା ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ଏନଡିଏରେ ସାମିଲ ହୋଇପାରନ୍ତି।