ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ...

Feb 13, 2026 - 13:48
 8
ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ... 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଜଣେ ସୁସଂଗଠକ, ରାଜନୀତିଜ୍ଞ, ସମାଜସେବୀ ଓ ସାହିତ୍ୟିକ ଭାବେ କାହ୍ନୁ ଚରଣ ଲେଙ୍କା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଯାଇଛନ୍ତି । 

କେନ୍ଦ୍ର ସରକାରରେ ରେଳବାଇ ଓ କୃଷି ମନ୍ତ୍ରୀ ସମୟରେ ପୂର୍ବତଟ ରେଳବାଇର ଉନ୍ନତିଠାରୁ ଆରମ୍ଭ କରି ଅନେକ ଦିଗରେ ସେ ବହୁ କାର୍ଯ୍ୟ କରିଯାଇଛନ୍ତି । 

ଜଣେ ସାଧାରଣ କୃଷକ ପରିବାରରୁ ଆସି କାହ୍ନୁ ଚରଣ ଲେଙ୍କା ଓଡ଼ିଶାରେ ବିଧାୟକ ଓ ମନ୍ତ୍ରୀ ହେବା ତାଙ୍କ ଲୋକପ୍ରିୟତା ଓ ସମାଜମନସ୍କ କାର୍ଯ୍ୟର ପରିଚୟ ଦିଏ । 

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ରହିବ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ୱର୍ଗତ ଲେଙ୍କାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।