ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ।
ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରାଯାଇଛି ।
ପୂର୍ବରୁ GFS ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ଏବେ ECMWF ମଡେଲ ଅନୁମାନ କରିଛି ଯେ, ଆସନ୍ତା ୧୦ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର।
ହେଲେ ଏହା କେତେ ତୀବ୍ର ହେବ ଓ କେଉଁ ଆଡକୁ ଗତି କରିବ ତାହା ଏବେ ବି ଅସ୍ପଷ୍ଟ।
ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରାପ୍ ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି।
ମାତ୍ର ୧୧ ତାରିଖ ବେଳକୁ ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହେଲେ ଏହାପରେ ଲଘୁଚାପ କ୍ଷେତ୍ରଟି କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହେବ।
ସେପଟେ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନି।
୧୦ ସୁଦ୍ଧା ଲଘୁଚାପ !
ପୂର୍ବରୁ ଲଘୁଚାପର ଆକଳନ କରିଥିଲା GFS ମଡଲେ
ଏବେ ECMWF ମଡେଲ ବି କଲା ଲଘୁଚାପ ପୂର୍ବାନୁମାନ |
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇନି ଆକଳନ