ବଲାଙ୍ଗିର ଜିଲ୍ଲା ବସ୍ ମାଲିକ ସଂଘର ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ବଲାଙ୍ଗିର ଜିଲ୍ଲା ବସ୍ ମାଲିକ ସଂଘ ଖାରବେଳ ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଛନ୍ତି।
ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ କମିଶନର ତଥା ଚେୟାରମ୍ୟାନ ଶ୍ରୀ ଅମିତାଭ ଠାକୁର ଉପସ୍ଥିତ ଥିଲେ।
ବଲାଙ୍ଗିର ଜିଲ୍ଲାରେ ସୁଗମ ପରିବହନ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା।
ବସ୍ ମାଲିକ ସଂଘ ନିଜର ସମସ୍ୟା ଓ ଦାବୀ ବିଷୟରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ପରିବହନ କମିଶନରଙ୍କୁ ଅବଗତ କରାଇଥିଲେ।
ସେମାନଙ୍କ ଦାବୀ ଓ ସମସ୍ୟାର ଆଶୁ ସମାଧାନର ପନ୍ଥା ନିରୂପଣ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଛନ୍ତି।