ବିଧାନ ସଭା Report...

Sep 25, 2026 - 09:44
 4
ବିଧାନ ସଭା Report...

ରାଜସ୍ୱ ବିଭାଗର ଦୁସ୍ଥ ଅବସ୍ଥା, ଜରିପାଲ ତଳେ ଚାଲିଛି ଶହ ଶହ ଅଫିସ

ଜରିପାଲ ତଳେ ରାଜସ୍ୱ କାର୍ଯ୍ୟାଳୟ। 

ରାଜ୍ୟ ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ, RI ଅଫିସଗୁଡ଼ିକର ଅବସ୍ଥା ଏବେ ସାଂଘାତିକ।

୪୯ଟି RI ଚାଲିଛି ବିପଦଶଙ୍କୁଳ ଅବସ୍ଥାରେ, 

୯୦ଟିର ନାହିଁ ଛାତ ଘର। 

ତା ଭିତରୁ ଭୁବନେଶ୍ବର ଓ ଆଖପାଖ ଅଂଚଳରେ ରହିଛି ଏଭଳି ୧୩ଟି ଅଫିସ୍। 

ଗୋଟିଏ ପଟେ ବର୍ଷା ଲଗାତାର ଭାବେ ଚାଲିଥିବା ବେଳେ ଖପର ଓ ଦୁଇଟି ଆଜବେଷ୍ଟସ ଢାଙ୍କି ଏକ ପୁରୁଣା ଘରେ ଚାଲିଛି ସଇଁତଳା RI ଅଫିସ୍। 

ତେବେ ବର୍ଷା ଦିନେ ଅଫିସ୍ ସାମ୍ନାରେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ଲୋକେ ନିଜ କାମ ପାଇଁ ଆସିବାକୁ ସଂକୋଚ କରୁଛନ୍ତି। 

ସଇଁତଳା ତହସିଲ ଅଧୀନସ୍ଥ ଘୁନସରରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନଥିବା ବେଳେ ପଞ୍ଚାୟତ କାର୍ଯ୍ୟଳୟରେ ଚାଲିଛି RI ଅଫିସ। 

ପୁରୀ ଜିଲ୍ଲା ଗୋପ୍ ତହସିଲ୍ ଅନ୍ତର୍ଗତ ଜଙ୍ଗଲବୋରି RI ଅଫିସ୍। 

ଏଠି ପକ୍କା ଘର ଅଛି ସତ, ହେଲେ ଛାତକୁ ଭରସା ପଲିଥିନ୍। ବର୍ଷା ହେଲେ ଫଟା ଛାତରୁ ପାଣି ଗଳେ, ଆଉ ତାକୁ ରୋକିବାକୁ ଏଭଳି ଜରିପାଲରେ କଭର କରାଯାଇଛି।

 

ରାଜ୍ୟରେ ୪୯ଟି ରାଜସ୍ବ ଅଫିସ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି। 

୯୦ଟି ରାଜସ୍ବ କାର୍ଯ୍ୟାଳୟରେ ନାହିଁ ଛାତ ଘର। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। 

????ଖୋର୍ଦ୍ଧାରେ ସର୍ବାଧିକ ୧୩ଟି RI ଅଫିସରେ ନାହିଁ ଛାତ ଘର। 

ଏପରିକି ରାଜଧାନୀ ଭୁବନେଶ୍ବରର ଜାଗମରା, ତମାଣ୍ଡୋ, ଧଉଳି, ସୁନ୍ଦରପଦା, ପାଣ୍ଡରା ଭଳି ୧୩ଟି RI ଅଫିସରେ ନାହିଁ ଛାତ ଘର। 

ଅନ୍ୟପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ପୁରୁଣା ତହସିଲ ସହ ରାଜ୍ୟରେ ସବୁ ରାଜସ୍ୱ କାର୍ଯ୍ୟାଳୟକୁ ମଡେଲ ଅଫିସରେ ପରିଣତ କରାଯିବ। 

ଅଫିସଗୁଡ଼ିକର ମରାମତି ଓ ନୂତନ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥରାଶି ଯୋଗାଇ ଦିଆଯିବ। 

ଯେଉଁ ତହସିଲ ଅଫିସ ୧୦୦ ବର୍ଷ ପୂରଣ କରୁଛି, ତାହାକୁ ହେରିଟେଜ୍ ତହସିଲ୍ ଅଫିସ୍ ଭାବେ ବିକଶିତ କରାଯିବ।

ନୂଆ ତହସିଲ ଅଫିସରେ ଫର୍ଣ୍ଣିଚର ଓ ଆଧୁନିକ ସୁବିଧା ପାଇଁ ଅର୍ଥ ଯୋଗାଇ ଦିଆଯିବ। 

ତହସିଲ ଅଫିସ୍ ର ଅବସ୍ଥା ସମ୍ପର୍କରେ ଅଭିଯୋଗ ବା ତଥ୍ୟ ମିଳିଲେ, ଆବଶ୍ୟକ ଅର୍ଥ ତୁରନ୍ତ ମଞ୍ଜୁର କରାଯିବ। 

କେତେକ ସ୍ଥାନରେ ନିର୍ମାଣ କାମ ସରିଯାଇଛି, ଆଉ କେତେକ ସ୍ଥାନରେ କାମ ଚାଲିଛି। 

ଆମ ସରକର କାର୍ଯ୍ୟକାଳ ସରିବା ଭିତରେ ସବୁ ରାଜସ୍ୱ କାର୍ଯ୍ୟାଳୟ କାମ ସରିବ ବୋଲି କହିଛନ୍ତି ମନ୍ତ୍ରୀ।