ବିଜେପି ପକ୍ଷରୁ ୩୬ ଜଣ ପ୍ରଦେଶ ପ୍ରଭାରୀଙ୍କ ନାଁ ଘୋଷଣା...
ଏହି ସାଂଗଠନିକ ନିଯୁକ୍ତିରେ ଓଡ଼ିଶା ପ୍ରଭାରୀ ଭାବେ ଡି. ପୂରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ କରାଯାଇଥିବା ଜଣାପଡ଼ିଛି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଗରୁ ଆସାମ ଓ ଦିଲ୍ଲୀର ପ୍ରଭାରୀ ଭାବେ କାର୍ଯ୍ୟକରି ଦଳକୁ ସଫଳତା ଦେଇଛନ୍ତି ।
ଡକ୍ଟର ସ୍ୱଦେଶ ସିଂ ଓଡ଼ିଶାର ସହ- ପ୍ରଭାରୀ ହୋଇଛନ୍ତି ।
ଘୋଷିତ ତାଲିକା ଅନୁସାରେ ଆଣ୍ଡାମାନ ନିକୋବରର ଦାୟିତ୍ୱ ଜୟପ୍ରକାଶଙ୍କୁ ଏବଂ ଅରୁଣାଚଳ ପ୍ରଦେଶ ପ୍ରଭାରୀ ଭାବେ ଦେବେଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି।
ଆନ୍ଧ୍ର ପ୍ରଦେଶ ପାଇଁ ଡା. ଅରବିନ୍ଦ ଭଦୋରିଆ ଏବଂ ଆସାମ ପାଇଁ ମଙ୍ଗଲ ପାଣ୍ଡେଙ୍କୁ ଦାୟିତ୍ୱ ମିଳିଛି।
ସେହିପରି ବିହାର ପାଇଁ ହରିଶ ଦ୍ୱିବେଦୀ, ଚଣ୍ଡିଗଡ଼ ପାଇଁ ମହେନ୍ଦ୍ର ପାଣ୍ଡେ, ଛତିଶଗଡ଼ ପାଇଁ ସ୍ମୃତି ଈରାନୀ ଏବଂ ଦାଦ୍ରା ନଗର ହାବେଲି ପାଇଁ ବର୍ଷାବେନ୍ ନରେନ୍ଦ୍ରଭାଇଙ୍କୁ ପ୍ରଭାରୀ କରାଯାଇଛି।
ଦିଲ୍ଲୀ ପାଇଁ ବିନୟ ସହସ୍ରବୁଦ୍ଧେ ଏବଂ ଗୋଆ ପାଇଁ ଭାରତୀ ପ୍ରବୀଣ ପାୱାରଙ୍କ ନାଁ ରହିଛି।
ଗୁଜରାଟରେ ତରୁଣ ଚୁଗ୍ ଏବଂ ହରିୟାଣାରେ ସ୍ମୃତି ଈରାନୀଙ୍କୁ ଦାୟିତ୍ୱ ମିଳିଛି।
ହିମାଚଳ ପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର ପାଇଁ ସତୀଶ ପୁନିଆଙ୍କୁ ପ୍ରଭାରୀ କରାଯାଇଛି।
ଝାଡ଼ଖଣ୍ଡ ପାଇଁ ଗଜେନ୍ଦ୍ର ପଟେଲ, କର୍ଣ୍ଣାଟକ ପାଇଁ ହରିଶ ଦ୍ୱିବେଦୀ, କେରଳ ପାଇଁ ଏମ୍. ନାଗରାଜ ଏବଂ ଲଦାଖ ପାଇଁ ରାଜକୁମାର ଭାଟିଆଙ୍କ ନାଁ ଘୋଷଣା ହୋଇଛି।
ଏହି ନିଯୁକ୍ତି ସହ ବିଜେପିର ରାଜ୍ୟସ୍ତରୀୟ ସାଂଗଠନିକ ଦାୟିତ୍ୱରେ ପରିବର୍ତ୍ତନ ଆସିଛି।
ଓଡ଼ିଶାରେ ଦଳର ସାଂଗଠନିକ କାର୍ଯ୍ୟକଳାପ ମଧ୍ୟରେ ନୂଆ ପ୍ରଭାରୀଙ୍କ ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ରହିବ।
ଓଡ଼ିଶା ବିଜେପିର ରାଜ୍ୟ ପ୍ରଭାରୀ ଭାବେ ବିଜୟ ପାଲ ସିଂହ ତୋମାର କାର୍ଯ୍ୟ କରୁଥିଲେ।