ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛତା କାର୍ଯ୍ୟକଳାପରେ ବରିଷ୍ଠ ଡିଡିଡବ୍ଲ୍ୟୁଏସ୍‌ ଅଧିକାରୀଙ୍କ ଅଂଶଗ୍ରହଣ...

Oct 4, 2026 - 12:46
 4
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛତା କାର୍ଯ୍ୟକଳାପରେ ବରିଷ୍ଠ ଡିଡିଡବ୍ଲ୍ୟୁଏସ୍‌ ଅଧିକାରୀଙ୍କ ଅଂଶଗ୍ରହଣ...

ଦାଦ୍ରା ଓ ନଗର ହାବେଲିରେ, ଡିଡିଡବ୍ଲ୍ୟୁଏସ୍‌’ର ଉପ-ସଚିବ ସାୟଲି ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। 

ଏଥିରେ 'ସ୍ୱଚ୍ଛତା ହିଁ ସେବା ୨୦୨୬' ଓ ‘ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ଉପରେ ଆଲୋଚନା, ସ୍ୱଚ୍ଛତା ଶପଥ ଗ୍ରହଣ ଏବଂ ସ୍ୱଚ୍ଛତା କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। 

ଏହି ଗସ୍ତ ସମୟରେ ଏକ ଏସ୍‌ଟିପି ପରିଦର୍ଶନ ଏବଂ ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଝାଡ଼ଖଣ୍ଡରେ, ଡିଡିଡବ୍ଲ୍ୟୁଏସ୍‌’ର ଉପସଚିବ ରାଞ୍ଚି ଜିଲ୍ଲାର ନାମକୁମ ବ୍ଲକ ଅନ୍ତର୍ଗତ ସିଥିୟୋ ଗ୍ରାମ ପଞ୍ଚାୟତର ପିଣ୍ଡରକୋମ ଗ୍ରାମରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱଚ୍ଛ ସେବା ଆକଳନର ଚିଠା ଏବଂ ଚିହ୍ନଟ ହୋଇଥିବା 

ଆବଶ୍ୟକତାଗୁଡ଼ିକର ସମାଧାନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଏହାସହିତ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା, ସ୍ୱଚ୍ଛତା ଶପଥ ଗ୍ରହଣ, ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ସମ୍ପର୍କିତ ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯାଇଥିଲା।

????ହରିୟାଣାରେ, ଡିଡିଡବ୍ଲ୍ୟୁଏସ୍‌’ର ଉପସଚିବ ପଲୱାଲ ଜିଲ୍ଲାର ପଲୱାଲ ବ୍ଲକ ଅନ୍ତର୍ଗତ ରତିପୁର ଗ୍ରାମରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ବର୍ଜ୍ୟବସ୍ତୁ ପୃଥକୀକରଣ ସେଡ୍‌ର ଯାଞ୍ଚ ଏବଂ ସ୍ୱଚ୍ଛ ସେବା ଆକଳନ, ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଓ ସ୍ଥାନୀୟ ସ୍ୱଚ୍ଛତା ପ୍ରୟାସ ସମ୍ପର୍କରେ ସମୁଦାୟ ସହ ଆଲୋଚନା କରାଯାଇଥିଲା।

????ମଧ୍ୟପ୍ରଦେଶରେ, ଡିଡିଡବ୍ଲ୍ୟୁଏସ୍‌’ର ସହକାରୀ ପରାମର୍ଶଦାତା ଭୋପାଳ ଜିଲ୍ଲାର ଫନ୍ଦା ବ୍ଲକ ଅନ୍ତର୍ଗତ ମୁଗଲିଆ ହାଟ ଏବଂ ଝିରନିଆ ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଯୋଗଦେଇଥିଲେ। 

ଗ୍ରାମସଭାରେ ଅଂଶଗ୍ରହଣକାରୀମାନେ ସ୍ୱଚ୍ଛତା ଶପଥ ନେବା ସହିତ ସ୍ୱଚ୍ଛତା ହିଁ ସେବା ୨୦୨୬, ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଏବଂ ସ୍ୱଚ୍ଛ ସେବା ଆକଳନ ଉପରେ ଆଲୋଚନା କରିଥିଲେ। 

ଏହି ଗସ୍ତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ ସେଡ୍‌ର ଯାଞ୍ଚ ମଧ୍ୟ ସାମିଲ ଥିଲା।