ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରି ବାତ୍ୟା ମୋନ୍ଥା ପାଇଁ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ଭୁବନେଶ୍ବର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର
ସଂପୂର୍ଣ ପ୍ରସ୍ତୁତ । ବିଶେଷ କରି ଅଧୂକ ପ୍ରଭାବି ହେବାକୁ ଥୂବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ନ ଅଛନ୍ତି ସରକାର । ବିପଦପୂର୍ଣ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧ ହଜାର ଲୋକ ସ୍ଥାନାନ୍ତର ହେଲେଣି । ଆଉ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତିର ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ଥୂବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ରିଲିଫ ଏବଂ ରେସକ୍ୟୁ ଅପରେସନ ପାଇଁ ୩୦ଟି ଓଡ୍ରାଫ ଟିମ ୧୨୩ଟି ଅଗ୍ନିଶମ ଓ ୫ଟି ଏନଡିଆରଏଫ ଟମ୍ ମୁତୟନ ହୋଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁରେଶ ପଜାରୀ କହିଛନ୍ତି, ବାତ୍ୟାରେ କ୍ଷୟକ୍ଷତି ହେଲେ କ୍ଷତିପୂରଣ ଦିଆଯିବ। ପାହାଡ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳକୁ ଆସିବାକୁ ପରାମର୍ଶ ଦେଇଛନ୍ତି । ଯଥେଷ୍ଟ ପରିମାଣର ପରିବା ଓ ରାସନ ସାମଗ୍ରୀ ମହଜୁଦ୍ ରହିଛି । କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇନ୍ତି ମନ୍ତ୍ରୀ ।