ଆଭାସି ମାଧ୍ୟମରେ ମୟୂରଭଞ୍ଜର ନୂତନ TPNODL ସବଷ୍ଟେସନ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ...
ଆଭାସି ମାଧ୍ୟମରେ ମୟୂରଭଞ୍ଜର ନୂତନ TPNODL ସବଷ୍ଟେସନ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ...
୧୫,୦୦୦ ରୁ ଉର୍ଦ୍ଧ୍ୱ ପରିବାର ହେବେ ଉପକୃତ
ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPNODL) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଦେଉଳି ଠାରେ ଏକ ନୂତନ ୩୩/୧୧ କେଭି ୧୦ ଏମଭିଏ (MVA) ପ୍ରାଥମିକ ସବଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଭାସି ମାଧ୍ୟମରେ ଏହି ସବଷ୍ଟେସନର ଉଦଘାଟନ କରିଛନ୍ତି, ଯାହା ଅଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଏହି ନୂତନ ସବଷ୍ଟେସନ ଦ୍ୱାରା ୬ଟି ପଞ୍ଚାୟତ ଯଥା ଚୁହାଟା, କାନିମହୁଲି, ନୂଆଗାଁ, ଝାଲିଆମରା, ଆଳକୁଦା ଏବଂ ଦେଉଳିର ୧୫,୦୦୦ରୁ ଅଧିକ ପରିବାର ଉପକୃତ ହେବେ।
ସ୍ଥାନୀୟ ବାସିନ୍ଦା ଭୋଲଟେଜ୍ ଗୁଣବତ୍ତାରେ ଉନ୍ନତି, ଘରୋଇ ଏବଂ କୃଷି କାର୍ଯ୍ୟ ପାଇଁ ସ୍ଥିର ବିଦ୍ୟୁତ ସେବା, ବାରମ୍ବାର ବିଦ୍ୟୁତ କାଟ୍ ସମସ୍ୟାରୁ ମୁକ୍ତି ପାଇବେ ।
ଉଦଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ସବଷ୍ଟେସନ କେବଳ ବିଦ୍ୟୁତ ବ୍ୟବସ୍ଥାକୁ ସଦୃଢ଼ କରିବ ନାହିଁ, ବରଂ ପରିବାରଗୁଡ଼ିକୁ ସ୍ଥାୟୀ ଶକ୍ତି ସମାଧାନ ଆପଣେଇବାରେ ସାହାଯ୍ୟ କରିବ।
ମୁଁ ଉପଭୋକ୍ତାମାନଙ୍କୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ସୁଯୋଗ ନେଇ ବିଦ୍ୟୁତ ଖର୍ଚ୍ଚ କମାଇବା ସହ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରୁଛି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ନିରନ୍ତର ବିଦ୍ୟୁତ ସେବା ଗ୍ରାମୀଣ ବିକାଶର ମେରୁଦଣ୍ଡ ଏବଂ ଏହା ମୟୂରଭଞ୍ଜର ଲୋକମାନଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବ।
TPNODL ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ ଦେଉଳି ପ୍ରକଳ୍ପ ଅଞ୍ଚଳର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ଦିଗରେ ଏକ ରଣନୀତିକ ପଦକ୍ଷେପ।
ଏହି ପ୍ରକଳ୍ପଟି TPNODL ର ବରିଷ୍ଠ ଅଧିକାରୀ, ଯଥା ଚିଫ୍ ପ୍ରୋଜେକ୍ଟ ଶ୍ରୀ ପ୍ରଦୀପ କୁମାର ମହାନ୍ତି ଏବଂ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦେବଦତ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଛି।