ଯାଜପୁରରେ ଫୁଡ ପଏଜନିଂ ଘଟଣାରେ ଜିଲ୍ଲା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତୁରନ୍ତ ପଦକ୍ଷେପ...

May 4, 2026 - 20:32
 12
ଯାଜପୁରରେ ଫୁଡ ପଏଜନିଂ ଘଟଣାରେ ଜିଲ୍ଲା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତୁରନ୍ତ ପଦକ୍ଷେପ...

ଯାଜପୁରରେ ଫୁଡ ପଏଜନିଂ ଘଟଣାରେ ଜିଲ୍ଲା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତୁରନ୍ତ ପଦକ୍ଷେପ...

ସ୍ଵତନ୍ତ୍ର ଟିମ ଦ୍ଵାରା ଆକ୍ରାନ୍ତ ମାନଙ୍କ ଚିକତ୍ସା 

ଘଟଣା ଉପରେ ନଜର ରଖିଛନ୍ତି ରାଜ୍ୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ

ଯାଜପୁର ଜିଲ୍ଲାରେ ଫୁଡ ପଏଜନ ଘଟଣାରେ, ରାଜ୍ୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ଚିକିତ୍ସା ସୁନିଶ୍ଚିତ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେଇଛନ୍ତି । 

ବର୍ତ୍ତମାନ ସୁଦ୍ଧା, ମୋଟ ୧୦୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । 

ଅବଶିଷ୍ଟ ୧୯ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ୱାର୍ଡରେ ଏବଂ ୧୬ ଜଣ ବୟସ୍କ ୱାର୍ଡରେ ଆଡମିଟ ଅଛନ୍ତି ।

ଘଟଣା ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ , ଯାଜପୁର ଜିଲ୍ଲାପାଳ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। 

ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହ କଥା ହୋଇ ସେ ଆକ୍ରାନ୍ତ ରୋଗୀମାନଙ୍କ ପରିସ୍ଥିତିକୁ ବିସ୍ତୃତ ଭାବରେ ବୁଝିଥିଲେ । 

ପରେ ସର୍କିଟ୍ ହାଉସରେ ସମାଧାନ ନିମନ୍ତେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ତ୍ଵରିତ ଚିକିତ୍ସା ନିମନ୍ତେ ଆଦେଶ ଦେଇଥିଲେ ।

ଆକ୍ରାନ୍ତମାନଙ୍କ ଚିକତ୍ସା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ, ଓଆରଏସ ଏବଂ ଜରୁରୀକାଳୀନ ଯୋଗାଣର ପର୍ଯ୍ୟାପ୍ତ ପରିମାଣ ସୁନିଶ୍ଚିତ କରାଯାଇଛି । 

ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ୨୪*୭ ରୋଗୀ ତଦାରଖ ଏବଂ ଚିକିତ୍ସା ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଯାଞ୍ଚ ଅଭିଯାନକୁ ତୀବ୍ର କରିବା ସହ ସଚେତନତା କରାଯାଉଛି । 

ଆକ୍ରାନ୍ତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । 

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘଟଣା ଉପରେ ନଜର ରଖା ଯାଇଛି ।